thumbnail

ଫେଲ୍‌ ମାରିଲା ଲୁଟ୍‌ ଉଦ୍ୟମ: ବ୍ୟାଙ୍କ ଭିତରେ ବନ୍ଧୁକ ଦେଖାଉଥିଲେ, ସାଇରେନ ବାଜିବାରୁ ଚମ୍ପଟ ମାରିଲେ

By

Published : Apr 6, 2023, 7:18 PM IST

କଟକ: ବିଫଳ ହେଲା ବ୍ୟାଙ୍କ ଲୁଟ ଉଦ୍ୟମ । ସାଇରନ ବାଜିବାରୁ ଛୁ ମାରିଲେ ଲୁଟେରା । କଟକ ତ୍ରିଶୂଳିଆ ଫକୀରପଡାରେ ଥିବା ଏକ ଘରୋଇ ବ୍ୟାଙ୍କରୁ ଲୁଟ ଉଦ୍ୟମ ହୋଇଛି। ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ ସମୟର ଚିତ୍ର ସିସିଟିଭିରେ କଏଦ ହୋଇଛି। ବ୍ୟାଙ୍କ ଖୋଲିବା ସମୟ ରେ ତିନି ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ବନ୍ଧୁକ ଓ ଛୁରୀ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରି ଟଙ୍କା କେଉଁଠି ଅଛି ପଚାରିଥିଲେ । ଠିକ ସେହି ସମୟରେ କର୍ମଚାରୀ ବ୍ୟାଙ୍କର ସତର୍କ ଘଣ୍ଟି ବଜାଇଥିଲେ । ଫଳରେ ଲୁଟ କରିବା ପାଇଁ ଆସି ଥିବା ଦୁର୍ବୁତ୍ତ ଫେରାର ହୋଇ ଯାଇଥିଲେ। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରୁ ଅଭିଯୋଗ ପାଇ ବାରଙ୍ଗ ଥାନା ପୋଲିସ ବ୍ୟାଙ୍କରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଦିନ ଦ୍ଵିପହରରେ ଏଭଳି ଢଙ୍ଗରେ ଗୋଟିଏ ଜନ ସାମୁହିକ ସ୍ଥାନରେ ଥିବା ବ୍ୟାଙ୍କରୁ ଲୁଟ ଉଦ୍ୟମ ସ୍ପଷ୍ଟ କରୁଛି କି କେଉଁ ମାତ୍ରାରେ ଅପରାଧିମାନେ ଅପରାଧ ପାଇଁ ଯୋଜନା କରୁଛନ୍ତି । ତେଣୁ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟି କୋଣରୁ ଏପରି ସାମୁହିକ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ରହିବା ଆବଶ୍ୟକତା ରହିଛି ।  

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.