Lok Sabha: ବଦଳିବ ବ୍ରିଟିଶ ଅମଳର ବିଧି, ସ୍ବାଗତ କଲା ବିଜେଡି - Lok Sabha

🎬 Watch Now: Feature Video

thumbnail

By

Published : Aug 11, 2023, 11:06 PM IST

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଅନ୍ତିମ ଦିନରେ ଲୋକସଭାରେ ୩ଟି ବିଲ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୧୮୬୦ ମସିହାରେ ବ୍ରିଟିଶମାନଙ୍କ ଦ୍ବାରା  ପ୍ରସ୍ତୁତ ଇଣ୍ଡିଆନ ପେନାଲ କୋଡ (IPC), ୧୮୯୮ ମସିହାରେ ପାରିତ ହୋଇଥିବା କ୍ରିମିନାଲ ପ୍ରୋସିଜର କୋଡ୍‌ (CrPC) ଓ ୧୮୭୨ ମସିହାରେ ପାରିତ ହୋଇଥିବା ଇଣ୍ଡିଆନ ଏଭିଡେନ୍ସ ଆକ୍ଟକୁ ଉଚ୍ଛେଦ କରାଯିବ । ଭାରତୀୟ ଦଣ୍ଡ ସଂହିତା (IPC) ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, CrPC ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଏଭିଡେନ୍ସ ଆକ୍ଟ ବଦଳରେ ଭାରତୀୟ ସାକ୍ଷ୍ୟ ବିଲ୍‌ ୨୦୨୩ ଆଗତ କରାଯାଇଛି । ଏହି ବିଲର ଅଧିକ ତର୍ଜମା ପାଇଁ ଏହା ଏବେ ଷ୍ଟାଣ୍ଡିଂ କମିଟିକୁ ପଠାଯାଇଛି । ଏହା ବହୁ ଦିନ ଧରି ଦାବି ହୋଇଆସୁଥିଲା । ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାର ଏହି ବିଲକୁ କେନ୍ଦ୍ର ସରକାର ଆଣିଛନ୍ତି । ବିଲକୁ ନେଇ ବିଜେଡି ଖୁସି ଅନୁଭବ କରିବା ସହିତ ବିଲ ଆଗତ ବେଳେ ଆମେ ସାକ୍ଷୀ ଥିବାରୁ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ  ଦେଉଛୁ ବୋଲି କହିଛନ୍ତି ଭର୍ତ୍ତୃହରି ମହତ୍ତାବ । ଦେଖନ୍ତୁ କଣ କହୁଛନ୍ତି ଭର୍ତ୍ତୃହରି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.