ସୁନାବେଡାରେ ବୁଲୁଛି କଲରାପତରିଆ ବାଘ; ଲୋକେ ଆତଙ୍କିତ

By ETV Bharat Odisha Team

Published : Dec 17, 2023, 8:44 AM IST

thumbnail

ନୂଆପଡା: ସୁନାବେଡାରେ ବାଘ ଆତଙ୍କ । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ବୁଲୁଛି କଲରାପତରିଆ ବାଘ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାଘକୁ ନେଇ ଅଭୟାରଣ୍ୟବାସୀ ଆତଙ୍କିତ ହୋଇପଡିଛନ୍ତି । ଯାହା ସୂଚନା ମିଳିଛି, ଜିଲ୍ଲା କୃଷି, ଉଦ୍ୟାନ ବିଭାଗର କର୍ମଚାରୀମାନେ କୌଣସି କାମରେ ସୁନାବେଡ଼ା ଅଭୟାରଣ୍ୟ ସ୍ଥିତ ସୁନାବେଡ଼ା ଗାଁକୁ ଯାଇଥିଲେ । ସେଠାରେ କୃଷକମାନଙ୍କୁ ତାଲିମ ଦେଇ ନୂଆପଡ଼ା ସଦର ମହୁକମାରେ ଥିବା କାର୍ଯ୍ୟାଳୟକୁ ଫେରୁଥିଲେ । ସେମାନେ ଗଡ଼ଗଡ଼ା ଘାଟି ରାସ୍ତା ପାରି ହୋଇଆସୁଥିବା ବେଳେ, କିଛି ଦୂରତାରେ ଗୋଟିଏ କଲରାପତରିଆ ବାଘକୁ ଦେଖିବାକୁ ପାଇଥିଲେ । ବାଘକୁ ଦେଖି ୪ ଚକିଆ ଗାଡ଼ିରେ ବସିଥିବା କର୍ମଚାରମାନେ ଖୁବ୍ ଭୟଭୀତ ହୋଇଯାଇଥିଲେ । ବାଘ ତାଙ୍କର ଗାଡି ଆଗକୁ ଚାଲିଆସିଥିଲା  । କିଛି ସମୟ ବାଘ ଏବଂ ଗାଡି ମୁହାଁମୁହିଁ ହେବା ପରେ ଜଙ୍ଗଲ ଅଞ୍ଚଳକୁ ଚାଲିଯାଇଥିଲା ବାଘ । ସେତିକି ବେଳେ ଗାଡ଼ିରେ ବସିଥିବା କର୍ମଚାରୀ ନିଜ ମୋବାଇଲରେ ସାହାସ ଦେଖାଇ ବାଘର ଗତିବିଧିକୁ ରେକର୍ଡ କରି ନେଇଥିଲେ । ତେବେ ବାଘ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କୃଷି ଓ ଉଦ୍ୟାନ ବିଭାଗ କର୍ମଚାରୀମାନେ  । ଏହି ଖବର ପ୍ରସାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରୁଥିବା ବେଳେ ବନ୍ୟଜନ୍ତୁ ସୁରକ୍ଷା ବିଭାଗ ଘଟଣା ଉପରେ ନଜର ରଖିଛି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.