thumbnail

By ETV Bharat Odisha Team

Published : Aug 24, 2023, 8:57 PM IST

ETV Bharat / Videos

Moon Landing: ସମ୍ନାକୁ ଆସିଲା ଲ୍ୟାଣ୍ଡିଂ ସମୟର ଭିଡିଓ, ଲ୍ୟାଣ୍ଡର ଇମେଜର କ୍ୟାମେରାରେ ହୋଇଛି ରେକର୍ଡ

ବେଙ୍ଗାଲୁରୁ: ଗତକାଲି ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ କରିଥିବା ଲ୍ୟାଣ୍ଡର ‘ବିକ୍ରମ’ର ଲ୍ୟାଣ୍ଡିଂ ସମୟର ଭିଡିଓ ଜାରି କଲା ଇସ୍ରୋ । ଲ୍ୟାଣ୍ଡିଂ ସମୟରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଲ୍ୟାଣ୍ଡର ‘ବିକ୍ରମ’ରେ ଲାଗିଥିବା ଇମେଜର କ୍ୟାମେରାରେ ରେକର୍ଡ ହୋଇଛି । ଯେଉଁଥିରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଅଗ୍ରସର ହେଉଛି । ଲ୍ୟାଣ୍ଡରର ପ୍ରାରମ୍ଭିକ ଗତି ବେଶ ଅଧିକ ଥିବା ପରି ଲାଗୁଛି । ଚନ୍ଦ୍ରପୃଷ୍ଠରେ ଥିବା ଗର୍ତ୍ତଗୁଡ଼ିକ ସ୍ପଷ୍ଟ ଦୃଶ୍ୟମାନ ହେଉଛି । କ୍ରମଶଃ ଗତି ହ୍ରାସ ହେବା ସହ ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ କରୁଛି ଲ୍ୟାଣ୍ଡର ବିକ୍ରମ ।

ଐତିହାସିକ ଲ୍ୟାଣ୍ଡିଂ ସଫଳ ହେବା ପରେ ଗତକାଲିଠାରୁ ଏକାଧିକ ଫଟୋ ସାମ୍ନାକୁ ପ୍ରେରଣ କରିସାରିଛି ଲ୍ୟାଣ୍ଡର । ଗତକାଲି ସନ୍ଧ୍ୟାରେ ସମ୍ପୂର୍ଣ୍ଣ ପୂର୍ବ ନିର୍ଦ୍ଧାରିତ ଭାରତୀୟ ସମୟ 6ଟା 4 ମିନିଟରେ ଲ୍ୟାଣ୍ଡର ଅତି ସଠିକତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା । ଏହାପରେ ରାତି ପ୍ରାୟ ସାଢ଼େ 10ରେ ଏଥିରୁ ରୋଭର ‘ପ୍ରଜ୍ଞାନ’ ବାହାରିଥିଲା । ଆଜି ରୋଭର ପ୍ରଜ୍ଞାନ ତାର ଅନୁସନ୍ଧାନ ଆରମ୍ଭ କରିଛି । ସଫଳ ଲ୍ୟାଣ୍ଡିଂ ପରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ଦ୍ବାରା ଏକ ଫଟୋ ଇସ୍ରୋକୁ ପଠାଯାଇଥିଲା । ଯେଉଁଥିରେ ଲ୍ୟାଣ୍ଡର ‘ବିକ୍ରମ’ର ଗୋଟିଏ ଷ୍ଟାଣ୍ଡର ଛାଇ ନଜର ଆସୁଥିଲା । ଯାହା ଆଜି ସମଗ୍ର ଦେଶ ଓ ବିଦେଶର ଗଣମାଧ୍ୟମର ଶିରୋନାମା ପାଲଟିଛି । ଆଜି ସଂଧ୍ୟାରେ ଇସ୍ରୋ ପୁଣି ଲ୍ୟାଣ୍ଡିଂ ସମୟର ଫୁଟେଜ ମଧ୍ୟ ସେୟାର କରିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.