ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ଜଣେ ଅଟକ

By

Published : May 18, 2023, 12:22 PM IST

thumbnail

ନୂଆପଡା: ବନ ବିଭାଗର ମିଳିତ ଅତର୍କିତ ଚଢ଼ାଉ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ କାଠ ଜବତ । ଜଣେ କାଠ ମାଫିଆ ଫେରାର ଥିବାବେଳେ, ଆଉଜଣେ କାଠମାଫିଆ ଅଟକ । ଚଢ଼ାଉ ହୋଇଛି ନୂଆପଡା ଜିଲ୍ଲା ସିନାପାଲି ବନ ବିଭାଗ ଅଧିନସ୍ତ ଗଣ୍ଡାବାହେଲି ଗ୍ରାମ ପଞ୍ଚାୟତ ସ୍ଥିତ ଗମ୍ଭାରୀଗୁଡା ଗାଁରେ । ଅଟକ କାଠ ମାଫିଆର ନାମ ପଟେଲ ମେହେର ବୋଲି ଜଣାପଡିଛି । 

ସୂଚନାନୁଯାୟୀ କିଛିଦିନ ପୂର୍ବେ ଛତିଶଗଡ଼ ଉଦନ୍ତୀ ସୀତାନଦୀ ଟାଇଗର ରିଜବ ଫରେଷ୍ଟ ଘଞ୍ଚ ଜଙ୍ଗଲ ମଧ୍ୟରୁ ବ୍ୟାପକ ମାତ୍ରାରେ ମୂଲ୍ୟବାନ ଶାଗୁଆନ ଗଛ କାଟି ନେଇଥିଲେ ମାଫିଆ । ଖବର ପାଇ ଛତିଶଗଡ଼ ବନବିଭାଗ ଉଦନ୍ତୀ ସୀତାନଦୀ ଘଟଣା ଉପରେ ଛାନ ଭିନ ଆରମ୍ଭକରି ତଦନ୍ତ ଜାରି ରଖିଥିଲେ । ତଦନ୍ତରେ ଓଡିଶା ସିନାପାଲି ଅଞ୍ଚଳର କାଠ ମାଫିଆମାନେ ଗଛ ଚୋରିକରିଥିବା ଜାଣିବାକୁ ପାଇଥିଲା ବନବିଭାଗ । ପରେ ଛତିଶଗଡ଼ ବନ ବିଭାଗ ଏବଂ ଓଡିଶା ସିନାପାଲି ବନ ବିଭାଗ ମିଳିତ ଭାବରେ ତଦନ୍ତ କରିଥିଲା । ବୁଧବାର ଗଣ୍ଡାବାହେଲି ଗ୍ରାମ ପଞ୍ଚାୟତ ସ୍ଥିତ ଗମ୍ଭାରୀଗୁଡା ଗାଁର ପ୍ରଦୀପ ମେହେର, ପଟେଲ ମେହେର ଘର ସମେତ ଆଖପାଖ ଘର ଗୁଡିକରେ ବନ ବିଭାଗର ମିଳିତ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଲକ୍ଷାଧିକ ମୂଲ୍ୟର ସାଗୁଆନ କାଠ ଜବତ କରିବା ସହ ଜଣେ କାଠ ମାଫିଆକୁ ଅଟକ ରଖିଥିବା ସୂଚନା ଦେଇଛନ୍ତି ସିନାପାଲି ରେଞ୍ଜର ମୁରାରୀ ପଣ୍ଡା  ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.