Keonjhar: ପସଲରରେ ଫଲୋ କଲେ, ବନ୍ଧୁକ ଦେଖାଇ ଶିକ୍ଷୟତ୍ରୀଙ୍କଠୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଲେ !

By ETV Bharat Odisha Team

Published : Nov 7, 2023, 10:33 PM IST

thumbnail

କେନ୍ଦୁଝର: ବନ୍ଧୁକ ଦେଖାଇ ଶିକ୍ଷୟତ୍ରୀଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏପରି ଘଟଣା କେନ୍ଦୁଝର ଜିଲ୍ଲାର ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଦେଖିବାକୁ ମିଳିଛି । ଆମ୍ବଗଡ଼ିଆ ଛକ ନିକଟରେ ତିନିଜଣ ଦୁର୍ବୁତ୍ତ ଏକ ପଲସର ବାଇକରେ ଆସି ଶିକ୍ଷୟିତ୍ରୀଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇଥିବା ଶିକ୍ଷୟତ୍ରୀ ଜଣକ ପୋଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଯୋଗ୍ୟଯେ ପଢ଼ିଆରିପଲ୍ଲୀ ହାଇସ୍କୁଲ ବଣିଆପଙ୍କର ଶିକ୍ଷୟତ୍ରୀ ନିବେଦିତା ପାତ୍ର ଆଜି ମଧ୍ୟାହ୍ନରେ ନିଜ ଗାଁ ମଟରା ଗଡ଼ିଆରୁ ସ୍କୁଟିର ସ୍କୁଲକୁ ଯାଉଥିଲେ । ଏହି ସମୟରେ ତିନିଜଣ ଯୁବକ ଏକ କଳା ରଙ୍ଗର ପଲସର ଗାଡ଼ିରେ ଆସି ସମ୍ମୁଖରେ ନିବେଦିତାଙ୍କୁ ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ । ତାଙ୍କ ବେକରୁ ଦୁଇଭରିରୁ ଉର୍ଦ୍ଧ୍ବ ଓଜନର ସୁନା ଚେନ, ମୁଦି, ଦୁଇଟି ମୋବାଇଲ, ନଗଦ ଦୁଇ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ଶିକ୍ଷୟତ୍ରୀ । ଏପରିକି ସ୍କୁଟିର ଚାବିକାଠି ମଧ୍ୟ ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ନିବେଦିତା ସେହି ରାସ୍ତା ଦେଇ ଯାଉଥିବା କିଛି ଯାତ୍ରୀଙ୍କୁ ଜଣାଇବାରୁ ସେମାନେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକେ ଆସି ସ୍ଥାନୀୟ ସୋସୋ ଥାନାରେ ଏତଲା ଦେଇଥିଲେ । ଖବର ପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଦିନକୁ ଦିନ ଜିଲ୍ଲାରେ ଚୋରି ରାହାଜାନୀ ଡକାୟତି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ପୋଲିସର ନିଷ୍କ୍ରୟତାର ସୁଯୋଗ ନେଇ ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଏପରି ଘଟଣାକୁ ରୂପ ଦେବାରେ ସଫଳ ହେଉଛନ୍ତି । ପ୍ରକାଶ ଯେ ଗତ ଶନିବାର ଦିନ ବେଳା ଆନନ୍ଦପୁର ଥାନା ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟି ନେଇଯାଇଥିବା ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.