ସମ୍ପର୍କୀୟଙ୍କ ସହ କଥା ହେଲେ ଟନେଲରେ ଫସିଥିବା ଶ୍ରମିକ, କହିଲେ ମୁଁ ଭଲ ଅଛି

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 16, 2023, 6:19 PM IST

ଡେରାଡୁନ: ଉତ୍ତରକାଶୀ ଟନେଲ ଟ୍ରାଜେଡିରେ ଫସିଥିବା 40 ଶ୍ରମିକ ସୁରକ୍ଷିତ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏହି ଶ୍ରମିକଙ୍କ ମଧ୍ୟରୁ 5 ଜଣ ଓଡିଆ ରହିଛନ୍ତି । ଉଦ୍ଧାରକାର୍ଯ୍ୟ ଆଉ ଦୁଇଦିନ ଲାଗିବାକୁ ଥିବା ଅନୁମାନ କରାଯାଉଥିବା ବେଳେ ସେମାନଙ୍କ ମନୋବଳ ବଢାଇବା ପାଇଁ ପ୍ରୟାସ କରୁଛନ୍ତି ଉଦ୍ଧାରକାରୀ ଟିମ । ଆଜି ଝାଡଖଣ୍ଡର ମହାଦେବ ନାମକ ଜଣେ ଫସିଥିବା ଶ୍ରମିକ ଉଦ୍ଧାରକାରୀ ଟିମ ସହାୟତାରେ ନିଜ ସମ୍ପର୍କୀୟଙ୍କ ସହ ଫୋନରେ କଥା ହୋଇଛନ୍ତି । ସେ ଠିକ ଥିବା ମଧ୍ୟ ସୂଚନା ଦେଇଛନ୍ତି । ଟନେଲ ମଧ୍ୟରେ ସେ ଓ ଅନ୍ୟ ସାଥୀ ଶ୍ରମିକ ଫସି ରହିଥିବା ବେଳେ ସେ ଉଦ୍ଧାରକାରୀ ଟିମକୁ ଉତ୍ତର ମଧ୍ୟ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କୌଣସି ପରିସ୍ଥିତିରେ ଫସିଥିବା ଶ୍ରମିକ ଓ ତାଙ୍କ ପରିବାର ସଦସ୍ୟଙ୍କ ମନୋବଳ ଦୁର୍ବଳ ହେବା ଉଚିତ ନୁହେଁ ବୋଲି କହିଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ବି.କେ ସିଂ ଓ ଉତ୍ତରାଖଣ୍ଡ ପୋଲିସ ଡିଜି ଅଶୋକ କୁମାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ତଦାରଖ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ଉତ୍ତରକାଶୀ ଟନେଲ ଟ୍ରାଜେଡି: ‘ଆଉ 2-3 ଦିନ ମଧ୍ୟରେ ଉଦ୍ଧାରକାର୍ଯ୍ୟ ସାରିବାକୁ ଲକ୍ଷ୍ୟ’

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.