thumbnail

By ETV Bharat Odisha Team

Published : Oct 23, 2023, 6:21 PM IST

ETV Bharat / Videos

ମହାମାୟାଙ୍କ ମହାନବମୀରେ କୁମାରୀ ପୂଜା, ଏହାର ବିଶେଷତ୍ୱ ଜାଣନ୍ତୁ...

କଟକ: ଆଜି ମହାମାୟାଙ୍କ ମହାନବମୀ। ମା'ଙ୍କ ପୂଜା ପାଇଁ ଚଳଚଞ୍ଚଳ କଟକ ସହରର ସମସ୍ତ ପୂଜା ମଣ୍ଡପ । ନବମୀ ପୂଜାରେ କୁମାରୀ ପୂଜାର ପରମ୍ପରା ରହିଛି । ୯ ଜଣ କୁମାରୀଙ୍କୁ ଦେବୀ ରୂପରେ ପୂଜା କରାଯାଇଥାଏ । ଏହି କୁମାରୀ ପୂଜାର ଅନେକ ବିଶେଷତ୍ବ ରହିଛି । ମହାଷ୍ଟମୀରେ ଜଗତଜନନୀ ମା' ଦୁର୍ଗାଙ୍କ ସମସ୍ତ ରୀତିନୀତି ଶେଷ ହୋଇଥିବାବେଳେ ଆଜି ହୋଇଛି କୁମାରୀ ପୂଜା ।

ଏହା ବି ପଢନ୍ତୁ....ପୀଠରେ ଆଜି ନବମୀ, ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ

ଏହା ବି ପଢନ୍ତୁ...Watch: ଚାନ୍ଦିମେଢ଼ ସାଙ୍ଗକୁ ସୁନା ମୁକୁଟରେ ଝଲସୁଛି ମଙ୍ଗଳାବାଗ ପୂଜା ମଣ୍ଡପ

ତେବେ କୁମାରୀ ପୂଜାରେ ମା'ଙ୍କ ନିକଟରେ ପୂଜା କରାଯିବା ସହ ୯ ଜଣ କୁମାରୀଙ୍କୁ ଦେବୀଙ୍କ ସ୍ବରୂପ ଭାବେ ପୂଜା କରାଯିବାର ପରମ୍ପରା ରହିଛି । ଯାହାକୁ ନବଦୁର୍ଗା ମଧ୍ୟ କୁହାଯାଇଥାଏ । ଆସନ୍ତାକାଲି ଦଶମୀ ଅର୍ଥାତ୍ ଦଶହରା । ଏଥିପାଇଁ ଚଳଚଞ୍ଚଳ ରହିଛି କଟକ ସହର ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.