thumbnail

ବ୍ରହ୍ମପୁରରେ ଜମିଲା 'କୁଆଁର ପୁନେଇଁ ଜହ୍ନଲୋ', ସାଂସ୍କୃତିକ କାର୍ଯ୍ୟକ୍ରମରେ ବିମୋହିତ ହେଲେ ଦର୍ଶକ

By ETV Bharat Odisha Team

Published : Oct 29, 2023, 9:16 AM IST


ବ୍ରହ୍ମପୁର: ବ୍ରହ୍ମପୁର ସହରରେ କୁମାରପୂର୍ଣ୍ଣିମା ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ 'କୁଆଁର ପୁନେଇଁ ଜହ୍ନଲୋ' ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରର ଅନେକ କଳାକାର ସାମିଲ ହୋଇ କଳା ପ୍ରଦର୍ଶନ କରିଥିଲେ । ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନ ପକ୍ଷରୁ ଗତ ୧୪ ବର୍ଷ ଧରି ବ୍ରହ୍ମପୁର ସହରରେ ଗ୍ରାମାଞ୍ଚଳରେ ହଜି ଯାଉଥିବା ପରମ୍ପରାର ପୁନଃଜୀବିତ କରିବା ପାଇଁ ଏପରି କାର୍ଯ୍ୟକ୍ରମ ଗତ କିଛି ବର୍ଷ ଧରି କ୍ରମାଗତ ଭାବରେ ଆୟୋଜିତ ହୋଇ ଆସୁଛି । ଚଳିତବର୍ଷ ବ୍ରହ୍ମପୁର ସହରର ଆଇଟିଆଇ କ୍ୟାମ୍ପସ୍ ପରିସରରେ ରହିଥିବା ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଏହାମଧ୍ୟ ପଢନ୍ତୁ..କୁମାରପୂର୍ଣ୍ଣିମାରେ ଉତ୍ସବମୁଖର ଗଞ୍ଜାମ, ଘରେ ଘରେ ତାସ ଖେଳର ଆସର

ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ଓ ସିକ୍କିମର ଲୋକନୃତ୍ୟ, ଓଡ଼ିଶାର ଓଡ଼ିଶୀ ନୃତ୍ୟ, ପାରମ୍ପରିକ ସଂଗୀତ ‘କୁଆଁର ପୁନେଇଁ ଜହ୍ନ ଲୋ, ଫୁଲ ବଉଳ ବେଣୀ’ ପରିବେଷଣ ହୋଇଥିଲା । ଫିଲ୍ମ ଫେୟାର୍ ଆୱାର୍ଡ଼ କଳା ନିର୍ଦ୍ଦେଶକ ବିଜେତା ସୁକାନ୍ତ ପାଣିଗ୍ରାହୀ, ଅନ୍ତର୍ଜାତୀୟ ପର୍ବତାରୋହୀ ମଧୁସ୍ମିତା ପାତ୍ର, ଓଡ଼ିଆ କଳା ସଂସ୍କୃତି ସମ୍ପନ୍ନ ବ୍ୟକ୍ତିତ୍ଵ ପ୍ରତୀକ୍ ପଟ୍ଟନାୟକଙ୍କୁ ତାଙ୍କର ଦକ୍ଷତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ସଂସ୍କୃତିପ୍ରେମୀ ଓ କଳାପ୍ରେମୀ ଯୋଗ ଦେଇଥିଲେ । 

ଏହି ଅବସରରେ ଆୟୋଜକ ହୃଷିକେଶ ପାଣିଗ୍ରାହୀ କହିଛନ୍ତି ଯେ, "କୁମାର ପୂର୍ଣ୍ଣିମା ଅବସରରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଦେଶର ବିଭିନ୍ନ ଅଞ୍ଚଳରୁ କଳାକାର ମାନେ ଆସିଛନ୍ତି । ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ଏହି ପ୍ରୟାସ କରାଯାଉଛି । ଏହି ଉତ୍ସବରେ ହଜି ଯାଉଥ‌ିବା ଖେଳ ଓ ସଂସ୍କୃତିର ଏକ ଅପୂର୍ବ ସଙ୍ଗମ୍ ଦେଖିବାକୁ ମିଳିଥାଏ ।"

ବ୍ରହ୍ମପୁର, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.