ETV Bharat / health

ଚାଲିଲେ କିମ୍ବା ସିଡି ଚଢିଲେ ନିଶ୍ବାସ ଫୁଲୁଛି କି ? ଏହି 6 ରୋଗର ହୋଇପାରେ ଲକ୍ଷଣ - WALKING SHORTNESS OF BREATH

ଚାଲିଲେ କିମ୍ବା ସିଡ଼ି ଚଢିବା ବେଳେ ଆପଣଙ୍କ ନିଶ୍ବାସ ଫୁଲୁଛି କି ? ଏହାକୁ ସାଧାରଣ ଭାବି ଅଣଦେଖା କରନ୍ତୁନି । ଏହା କେତେକ ରୋଗର ଲକ୍ଷଣ ହୋଇପାରେ ।

ଚାଲିଲେ କିମ୍ବା ସିଡ଼ି ଚଢିଲେ ନିଶ୍ବାସ ଫୁଲୁଛି କି ?
ଚାଲିଲେ କିମ୍ବା ସିଡ଼ି ଚଢିଲେ ନିଶ୍ବାସ ଫୁଲୁଛି କି ? (ETV Bharat)
author img

By ETV Bharat Health Team

Published : Dec 22, 2024, 4:17 PM IST

ଆଜିର ସମୟରେ ଖରାପ ଜୀବନଶୈଳୀ, ଖାଦ୍ୟପେୟ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ଦେଖାଯାଉଛି । ଏବେ ଶୀତ ଋତୁ ଚାଲିଛି । ଏହି ଦିନରେ ବେଳେବେଳେ କିଛି ଲୋକ ଚାଲିବା କିମ୍ବା ସିଡି ଚଢିବା ବେଳେ କଷ୍ଟ ଅନୁଭବ କରିଥାନ୍ତି । ନିଶ୍ବାସ ଫୁଲି ଯାଇଥାଏ ଏବଂ ନିଶ୍ବାସ ନେବାରେ ସମସ୍ୟା ହୋଇଥାଏ । ଏପରି ସ୍ଥଳେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠେ, କାହିଁକି ଏମିତି ଘଟେ ? ଏ ସମ୍ପର୍କରେ ଡାକ୍ତର ମିନରଲ ବଂଶଲ ଆଲୋଚନା କରିଛନ୍ତି ।

ଚାଲିବା କିମ୍ବା ସିଡି ଚଢିଲେ ନିଶ୍ବାସ ନେବାରେ କଷ୍ଟ ହେଉଛି ?

ଡଃ ମିନରଲ ବଂଶଲ ETV ଭାରତକୁ କହିଛନ୍ତି, ଚାଲିବା କିମ୍ବା ସିଡି ଚଢିବା ସମୟରେ ନିଶ୍ବାସ ଫୁଲିବା ପଛରେ ଅନେକ କାରଣ ଥାଇପାରେ । ଆପଣ ଜୋରରେ ଚାଲିଲେ ନିଶ୍ବାସ ଫୁଲିବା ସାଧାରଣ କଥା । ହେଲେ ଯଦି ଆପଣ ଆରାମରେ ଧିରେ ଧିରେ ଚାଲୁଛନ୍ତି ତଥାପି ନିଶ୍ବାସ ଫୁଲୁଛି ତେବେ ଏହା କେତେକ ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ । ଯେପରିକି-

  • ବ୍ଲଡପ୍ରେସର ସମସ୍ୟା
  • ହୃଦ ଜନିତ ରୋଗ
  • କିଡନୀ ସମସ୍ୟା
  • ନିମୋନିଆ, ଟିବି, ସଂକ୍ରମଣ କିମ୍ବା ଆସ୍ଥାମା
  • ସିଗାରେଟ ଓ ବିଡି ଟାଣିଲେ ଆମର ଫୁସଫୁସର କାର୍ଯ୍ୟପ୍ରଣାଳୀ ଧୀମା ହୋଇଯାଏ । ଏହି କାରଣରୁ ସିଡି ଚଢିଲେ କଷ୍ଟ ଲାଗିଥାଏ ।
  • ମହିଳା ଓ ଛୁଆଙ୍କ ମଧ୍ୟରେ ରକ୍ତ ଅଭାବରୁ ନିଶ୍ବାସ ଫୁଲିବା ସମସ୍ୟା ହୋଇପାରେ ।
  • ଯଦି ଆପଣଙ୍କୁ ଲଗାତାର ଚାଲିବା କିମ୍ବା ସିଡି ଚଢିବା ସମୟରେ ନିଶ୍ବାସ ନେବାରେ କଷ୍ଟ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ନିଶ୍ବାସ ଫୁଲିଲେ କ'ଣ କରିବେ ?

  • ଲୁଣ, ମିଠା, ଆଚାର, ତେଲ ଛଣା ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ । ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରନ୍ତୁନି, ବିଶେଷକରି ଫଳ ସାଲାଡ ଓ ଲସିରେ । ଏହାଦ୍ବାରା ବିପି ଓ ଡାଇବେଟିସ ଆଶଙ୍କା ବଢିଥାଏ ।
  • କାଶ କିମ୍ବା ଆସ୍ଥାମା ସମସ୍ୟା ଥିଲେ ଔଷଧ ଖାଆନ୍ତୁ
  • ଶୀତ ଦିନେ ମାସ୍କ ବ୍ୟବହାର କରନ୍ତୁ । ସଂକ୍ରମଣ ଆଶଙ୍କା କମିଥାଏ ।
  • ଯୋଗ, ବ୍ୟାୟମ କରି ନିଜକୁ ସୁସ୍ଥ ରଖନ୍ତୁ ।
  • କ୍ରିମ, ଘିଅ, ଛଣା ଖାଦ୍ୟ ସୀମିତ ମାତ୍ରାରେ ଖାଇପାରିବେ । କିନ୍ତୁ ଅଧିକ ଖାଆନ୍ତୁ ନାହିଁ ।
  • ଯେଉଁ ଲୋକଙ୍କ ହାର୍ଟ, ବ୍ଲଡପ୍ରେସର, ଫୁସଫୁସ ଜନିତ ସମସ୍ୟା ଅଛି, ସେମାନେ ନିୟମିତ ଔଷଧ ସେବନ କରନ୍ତୁ ।
  • ସେଓ, ଡାଳିମ୍ବ ଏବଂ ସବୁଜ ପନିପରିବା ଖାଆନ୍ତୁ
  • ପ୍ରତିଦିନ କିଛି ସମୟ ଚଲାବୁଲା କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଆତଙ୍କ ଖେଳାଉଛି ଡିଙ୍ଗା ଡିଙ୍ଗା ଭାଇରସ୍: ହଲି ହଲି ନାଚୁଛନ୍ତି ରୋଗୀ, ଅଧିକ ମହିଳାଙ୍କୁ କରୁଛି ଆକ୍ରାନ୍ତ - DINGA DINGA VIRUS

ଏହା ମଧ୍ୟ ପଢନ୍ତୁ: କାହିଁକି ହୁଏ ବ୍ରେନ ଟ୍ୟୁମର, ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ - BRAIN TUMOR

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.