Manoj Mishra Ban: ଓଡିଆ ଫିଲ୍ମକୁ ବିରୋଧ, ଭବାନୀପାଟଣାରେ ଗର୍ଜିଲା କୋଶଳ ମୁକ୍ତି ମୋର୍ଚ୍ଚା

By ETV Bharat Odisha Team

Published : Oct 29, 2023, 10:11 PM IST

thumbnail

ଭବାନୀପାଟଣା: କଳାହାଣ୍ତିରେ ଓଡ଼ିଆ ଚଳଚ୍ଚିତ୍ରକୁ ବିରୋଧ । ସିନେମା ହଲରେ ହଙ୍ଗାମା । ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡରୁ ଦୁଇ ବର୍ଷ ବ୍ୟାନ୍ କରିବା ପରେ ଭବାନୀପାଟଣାରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ଓଡ଼ିଆ ଫିଲ୍ମ ରାମ ଓ ବିଭିନ୍ନ ଓଡ଼ିଆ ଫିଲ୍ମର ପୋଷ୍ଟର ଚିରିବା ସହ ନିଆଁ ଲଗାଇ ପୋଡି ଦେଇଛନ୍ତି କୋଶଳ ମୁକ୍ତି ମୋର୍ଚ୍ଚା । ବିଜେଡି ନେତା ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ମନ୍ତବ୍ୟଙ୍କୁ ବିରୋଧ କରିବା ସହ ମନୋଜ ମିଶ୍ରଙ୍କୁ କ୍ଷମା ମାଗନ୍ତୁ ଅନୁଭବ ବୋଲି ଦାବି କରିଛି ମୁକ୍ତି ମୋର୍ଚ୍ଚା । ଅନୁଭବ କ୍ଷମା ପ୍ରର୍ଥନା ନକଲେ ଆଗାମୀ ଦିନରେ ପଶ୍ଚିମ ଓଡିଶାରେ କୌଣସି ଓଡ଼ିଆ ଫିଲ୍ମ ଚଲେଇ ଦେବୁ ନାହିଁ ବୋଲି ଚେତାବନୀ ଦେଇଛି କୋଶଳ ମୁକ୍ତି ମୋର୍ଚ୍ଚା । ତେବେ ଅଭିନେତା ଓ ପ୍ରଯୋଜକମାନଙ୍କ ସୋସିଆଲ ମିଡ଼ିଆରେ ବାଦ୍ ବିବାଦ ଘଟଣା ଧୀରେ ଧୀରେ ପଶ୍ଚିମାଞ୍ଚଳରେ ପ୍ରଭାବିତ କରିଛି । ବିଭିନ୍ନ ଜିଲ୍ଲାରେ ଓ ବିଭିନ୍ନ ସ୍ଥାନରେ ଉତ୍ତେଜନା ଓ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଭଳି ଯଦି ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ନେଇ ବାଦ ବିବାଦ ଲାଗି ରହିଥିବା ତାହେଲେ ସିନେମା ହଲ୍ ଠପ୍ ହୋଇଯିବ ବୋଲି ପ୍ରକାଶ କରିଛନ୍ତି ଭବାନୀପାଟଣା ର ସିନେମା ହଲ୍ ମାଲିକ ।

ଏହା ମଧ୍ୟ ପଢନ୍ତୁ...Manoj Mishra Ban Controversy: ସମାଧାନ ହେଉ ଭାଇ ଭାଇ ବିବାଦ କହିଲେ ଅରିନ୍ଦମ

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.