thumbnail

By ETV Bharat Odisha Team

Published : Dec 6, 2023, 11:12 AM IST

ETV Bharat / Videos

ଉଦ୍‌ଯାପିତ ହେଲା କୋଣାର୍କ ମହୋତ୍ସବ, ଶେଷ ଦିନରେ ମନଜିଣିଲା ଓଡ଼ିଶୀ ନୃତ୍ୟ ଛନ୍ଦ

ପୁରୀ: ଉଦଯାପିତ ହେଲା କୋଣାର୍କ ମହୋତ୍ସବ ୨୦୨୩ । ଶେଷ ଦିବସ ତଥା ୫ମ ଦିବସରେ କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରିବେଷିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵରର ଗୀତ ଗୋବିନ୍ଦ ଟ୍ରଷ୍ଟ ପକ୍ଷରୁ ଗୁରୁ କୁମୁମ୍ ମହାନ୍ତି ମଞ୍ଚସ୍ଥ କରିଥିଲେ ଓଡ଼ିଶୀ ନୃତ୍ୟ। ପାରମ୍ପରିକ ବିଧି ଓ ସମର୍ପଣ ପ୍ରକାଶକୁ ମଞ୍ଚସ୍ଥ କରିଥିଲା ମଞ୍ଚ ପୂଜା ଓ ହସଧ୍ଵନି ପଲ୍ଲବୀ । ବିଚିତ୍ର ରାମାୟଣକାବ୍ୟ ଅନ୍ତର୍ଗତ ବୈଦେହୀ ବିଳାପ, ହେ ବନଗିରି, ହେ ଲତାଗିରି ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଓଡ଼ିଶୀର ଛନ୍ଦରେ ଶିଳ୍ପୀମାନେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ସେହିପରି ଦ୍ବିତୀୟ ଅର୍ଘ୍ୟରେ କୋଲକାତାର ଲୁନା ପୋଦାର ଓ ସାଥୀ କଥକ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ସୂର୍ଯ୍ୟ ନାରାୟଣ ଉପାସନା ଆଧାରିତ ଅଭିନୟ ସୂର୍ଯ୍ୟ ଜ୍ୟୋତି ଓ ରସ ରୂପ ରଙ୍ଗର କଳାତ୍ମକ ନିବେଦନ ରଙ୍ଗବସନ୍ତ ବେଶ୍ ମନଛୁଆଁ ହୋଇଥିଲା। ତେବେ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ, ସଂହତି ପାଣି, ସଙ୍ଗୀତା ଗୋସାଇଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପର୍ଯ୍ୟଟନ ବିଭାଗ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଦଯାପନୀ ଦିବସରେ ଅତିଥି ଭାବେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା, ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ଯୋଗ ଦେଇଥିଲେ ।  

ଏହା ମଧ୍ୟ ପଢନ୍ତୁ- କୋଣାର୍କ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ଓଡ଼ିଶୀ-ମୋହିନୀଆଟ୍ଟମ୍ ନୃତ୍ୟରେ ଦର୍ଶକ ବିଭୋର

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.