କାର୍ତ୍ତିକ ପୂର୍ଣ୍ଣିମା: ସୂକ୍ଷ୍ମ କାରିଗରୀ, ବୋତଲ ଭିତରେ ଅଢେଇ ଇଞ୍ଚର ବୋଇତ - ଶିଳ୍ପୀ ଏଲ ଈଶ୍ୱର ରାଓ

🎬 Watch Now: Feature Video

thumbnail

By

Published : Nov 7, 2022, 1:03 PM IST

Updated : Feb 3, 2023, 8:31 PM IST

ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ପୂର୍ଣ୍ଣିମାକୁ ବେଶ ଧୁମଧାମରେ ପାଳନ କରିଥାନ୍ତି ଓଡିଶାବାସୀ । ସେହିପରି ରାଜ୍ୟର ସୁକ୍ଷ୍ମଶିଳ୍ପୀ ଭାବେ ପରିଚିତ ଜଟଣୀ ହାଟ ବଜାର ଅଞ୍ଚଳର ଏଲ ଈଶ୍ୱର ରାଓ 750 ମିଲି କାଚ ବୋତଲରେ ସାଢ଼େ ଦୁଇ ଇଞ୍ଚ ଉଚ୍ଚ ଓ ସାଢ଼େ ତିନି ଇଞ୍ଚ ଚଉଡା ବିଶିଷ୍ଟ ସୂକ୍ଷ୍ମ ବୋଇତ ପ୍ରସ୍ତୁତ କରିଛନ୍ତି । ଏହି ବୋଇତରେ ସେ ତୁଳା, କାଚ ବୋତଲ, ପେପର ଖଣ୍ଡ ବ୍ୟବହାର କରିଛନ୍ତି । ଏହି କଳାକୃତି ମାଧ୍ୟମରେ ଶିଳ୍ପୀ ଓଡ଼ିଶା ବାସୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହ ନଦୀ ଓ ପୁଷ୍କରିଣୀରେ ସୁରକ୍ଷିତ ଭାବେ ବୋଇତ ବନ୍ଦାଣ କରିବାକୁ ନିବେଦନ କରିଛନ୍ତି ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.