ସୋଢା ବୋତଲ ଦେଖି ଚମତ୍କାର କଳାକୃତି, ଘର ପାଲଟିଛି ସୂକ୍ଷ୍ମ ଶିଳ୍ପୀଙ୍କ ସଂଗ୍ରହାଳୟ - ସୋଢା ବୋତଲ ଦେଖି ଚମତ୍କାର କଳାକୃତି

🎬 Watch Now: Feature Video

thumbnail

By

Published : May 6, 2023, 8:49 AM IST

ଖୋର୍ଦ୍ଧା: ଘର ପାଲଟିଛି ସଂଗ୍ରହାଳୟ । ନିଜ ହାତରେ ଗଢିଥିବା ସୂକ୍ଷ୍ମ କଳାକୃତିକୁ ନେଇ ସଂଗ୍ରହାଳୟ ତିଆରି କରିଛନ୍ତି ସୂକ୍ଷ୍ମ ଶିଳ୍ପୀ ଏଲ ଈଶ୍ବର ରାଓ । ଖୋର୍ଦ୍ଧା ଜିଲ୍ଲାର ଏହି ଶିଳ୍ପୀଙ୍କ ସୂକ୍ଷ୍ମ କଳାକୃତି କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରେ ତଥା ଜାତୀୟ ସ୍ତରରେ ବେଶ୍ ପ୍ରଶଂସିତ ହୋଇଛି । କାଚ ବୋତଲ ଭିତରେ ଈଶ୍ବର ରାଓଙ୍କ କଳାକୃତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି । ବୋତଲ ଭିତରେ ଭଳି କି ଭଳି ଆକର୍ଷଣୀୟ କଳାକୃତିକୁ ସାଇତି ରଖି ସେ ସଂଗ୍ରହାଳୟ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ହାଟବଜାର ଅଞ୍ଚଳରେ ଥିବା ନିଜର ଛୋଟ ଘରେ ସେ ୱାର୍ଲଡ଼ ୱାଣ୍ଡର ମ୍ୟୁଜିୟମ କରିଛନ୍ତି । ତାଙ୍କର ଏହି ମ୍ୟୁଜିୟମରେ କଳାକୃତିକୁ ଉପଭୋଗ କରିବା ପାଇଁ କୌଣସି ଦେୟ ମଧ୍ୟ ରଖିନାହାନ୍ତି । ବୋତଲ ଭିତରେ ଆମେରିକାର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅତି ନିଖୁଣ ଭାବରେ ସୂକ୍ଷ୍ମ କଳାକୃତି ମାଧ୍ୟମରେ ସଜେଇ ରଖିଛନ୍ତି ।

ଈଶ୍ବରଙ୍କ କହିବା ଅନୁଯାୟୀ ଦୀର୍ଘ 27 ବର୍ଷ ଧରି ଏହି କଳାକୃତି କରିଆସୁଛନ୍ତି । ଥରେ ସୋଢା ପିଇବା ବେଳେ ବୋତଲରେ ଭିତରେ ଥିବା କାଚବାଟିକୁ ଦେଖି ତାଙ୍କ ମନକୁ ସୂକ୍ଷ୍ମ କଳାକୃତିର ବୁଦ୍ଧି ଜୁଟିଥିଲା । ସେବେଠୁ 25 ପ୍ରକାର ସାମଗ୍ରୀ ବ୍ୟବହାର କରି ସେ ସୂକ୍ଷ୍ମ କଳାକୃତି କରିଆସୁଛନ୍ତି । ହେଲେ ଏଭଳି ସୂକ୍ଷ୍ମ କଳାକୃତି ପାଇଁ ରାଜ୍ୟ ସରକାର କୌଣସି ପ୍ରୋତ୍ସାହନ ଯୋଗାଇ ଦେଉନଥିବା ବେଳେ ଇଶ୍ବର ରାଓ ନିଜସ୍ବ ରୋଜଗାରରେ ଛୋଟିଆ ମ୍ୟୁଜିୟମ ତିଆରି କରିବା ସତରେ ପ୍ରଶଂସନୀୟ ।  

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.