ଗ୍ରାମବାସୀଙ୍କ ସହଯୋଗରେ ହାତକୁ ଦିହାତ ହେଲେ ଦୁଇ ଦିବ୍ୟାଙ୍ଗ

By

Published : Jun 29, 2023, 4:18 PM IST

thumbnail

ଖୋର୍ଦ୍ଧା: କଥାରେ ଅଛି ବର ଗୋଟିକୁ କନିଆ ଗୋଟିଏ ବିଧାତା ଖଞ୍ଜିଛି । ବିବାହ ଜୀବନର ପୂର୍ଣ୍ଣତା ଆଣେ, ଏହା କବିର କଳ୍ପନାରେ ନୁହେଁ କି ଭାବନାରେ ନୁହେଁ, କେବଳ ଦୁଇ ପ୍ରାଣର ମିଳନ ହିଁ ପୂର୍ଣ୍ଣତା ଆଣେ । ତେବେ ଦିବ୍ୟାଙ୍ଗ କାରଣରୁ ଅନେକ ଏଥିରୁ ବଞ୍ଚିତ ହୋଇ ନିରାଶାରେ ଜୀବନ ବିତାନ୍ତି । ଏହା ମଧ୍ୟରେ ଅନେକ ଦିବ୍ୟାଙ୍ଗ ବିବାହ କରିଛନ୍ତି । ଏପରି ଏକ ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଚମ୍ପାଇଲୋ ଗ୍ରାମରେ ଦେଖିବାକୁ ମିଳିଛି । ଉଭୟ ଦିବ୍ୟାଙ୍ଗ ବରକନ୍ୟା ବିବାହ କରି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି ।

ଚମ୍ପାଇଲୋ ନିକଟସ୍ଥ ବାୟାପଲ୍ଲୀ ଗ୍ରାମର ଅଭିମନ୍ୟୁ ବଳିୟାର ସିଂହଙ୍କ ପୁଅ ଆଲୋକ ବଳିୟାରସିଂହ ଜନ୍ମରୁ ଗୋଡ଼ ୨ଟି ପାଦଠାରୁ ବଙ୍କା ହୋଇ ଦିବ୍ୟାଙ୍ଗ ଜୀବନ ବିତାଉଥିଲେ । ଏହା ମଧ୍ୟରେ ସେ ଏକ ସେ ଢ଼ାବାରେ କାର୍ଯ୍ୟକରି ସ୍ବାବଲମ୍ବୀ ହୋଇଛନ୍ତି । ସେହିପରି ଚମ୍ପାଇଲୋ ଗ୍ରାମବାସୀଙ୍କ ଉଦ୍ୟମରେ ରଙ୍କନିଧି ବରାଡ଼ଙ୍କ ଝିଅ ମଞ୍ଜୁବାଳାଙ୍କ ସହ ବିବାହ ପ୍ରସ୍ତାବ ପଡିବା ପରେ ମଞ୍ଜୁବାଳା ରାଜି ହେବାପରେ ବୁଧବାର ତାଙ୍କର ଆଡ଼ମ୍ବର ସହକାରେ ଗ୍ରାମଦେବତୀ ମା' ବଘେଇ ଦେବୀଙ୍କ ପୀଠରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଖବରଟି ପ୍ରଚାରିତ ହେବା ପରେ ବହୁ ଜନସାଧାରଣ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେବା ସହ କନ୍ୟାକୁ ଧନ୍ୟବାଦ ଦେଇଛନ୍ତି । ଏନେଇ କନ୍ୟା ମଞ୍ଜୁବାଳଙ୍କୁ ପଚାରିବାରୁ ସେ ପିଲାଦିନେ ଖେଳୁଥିବା ସମୟରେ ଏକ ଗାତ ମଧ୍ୟରେ ଗୋଡ଼ ପଡିଯିବାରୁ ଭାଙ୍ଗି ଯାଇଥିଲା ବୋଲି କହିଥିଲେ । 

ଏହା ବି ପଢନ୍ତୁ-  ଦୁଇ ଦିବ୍ୟାଙ୍ଗଙ୍କ ନିଆରା ବିବାହ, ସାକ୍ଷୀ ରହିଲେ ପଟ୍ଟାମୁଣ୍ଡାଇବାସୀ

ସେ ସମୟର ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସଠିକ ଚିକତ୍ସା ଅଭାବରୁ ୧୬ ବର୍ଷ ଧରି ଦିବ୍ୟାଙ୍ଗ ଜୀବନ ବିତାଇଥିଲେ । ପରେ ସରକାରଙ୍କ ପ୍ରୋତ୍ସାହନରେ ପୁଣିଥରେ ଅପରେସନ ହୋଇ ଦିବ୍ୟାଙ୍ଗ ଜୀବନରୁ ଆଂଶିକ ମୁକ୍ତି ମିଳିଛି । ସେ ସମୟର ଶାରୀରିକ ଯନ୍ତ୍ରଣାର ଅନୁଭବରୁ ଜଣେ ଦିବ୍ୟାଙ୍ଗଙ୍କୁ ଜୀବନ ସାଥୀ କରିବା ବୋଲି ସେ ନିଷ୍ପତ୍ତି ନେଇଥିଲେ । ଯାହା ଆଜି ସାକାର ହୋଇଛି ବୋଲି ସେଠାରେ ପ୍ରକାଶ କରିଥିଲେ । ତେବେ ଝିଅର ଏପରି ପଦକ୍ଷେପକୁ ଗ୍ରାମବାସୀ ପ୍ରଶଂସା କରିବା ସହ ଗ୍ରାମବାସୀମାନେ ସହଯୋଗ ଯୋଗାଇଛନ୍ତି । ତୁରନ୍ତ ଜିଲ୍ଲ ଓ ବ୍ଲକ୍ ପ୍ରଶାସନ ଦିବ୍ୟାଙ୍ଗ ବିବାହ ନିମନ୍ତେ ସରକାରଙ୍କ ପ୍ରୋତ୍ସାହନ ରାଶି ଏହି ନବଦମ୍ପତିଙ୍କୁ ପ୍ରଦାନ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.