thumbnail

By ETV Bharat Odisha Team

Published : Nov 23, 2023, 7:10 AM IST

ETV Bharat / Videos

ଖଡ଼ିଆଳଠାରେ ADJ କୋର୍ଟ ସ୍ଥାପନ ଦାବି, ଆନ୍ଦୋଳନକୁ ଓହ୍ଲାଇଲା ଓକିଲ ସଂଘ

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ADJ କୋର୍ଟ ସ୍ଥାପନ ଦାବିରେ ବୁଧବାରଠାରୁ ଖଡ଼ିଆଳ ଓକିଲ ସଂଘ ପକ୍ଷରୁ ଖଡ଼ିଆଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳକୁ ଓହ୍ଲାଇଛନ୍ତି । ଖଡ଼ିଆଳ ଓକିଲ ସଂଘ ଆହ୍ୱାନକ୍ରମେ ସିନାପାଲି, ବୋଡେନ ଓକିଲ ସଂଘ ମଧ୍ୟ ଧର୍ମଘଟକୁ ସମର୍ଥନ ଜଣାଇ ଆନ୍ଦୋଳନକୁ ଓଲ୍ଲ।ଇଛନ୍ତି ।

ଜିଲ୍ଲାର ଶେଷ ମୁଣ୍ଡରେ ଥିବା ସିନାପାଲି, ବୋଡେନ ଅଞ୍ଚଳର ଲୋକମାନେ ନ୍ୟାୟ ପାଇଁ ଦୀର୍ଘ 140 କିଲୋମିଟର ଅତିକ୍ରମ କରି ନୂଆପଡ଼ା ଜିଲ୍ଲାର ସଦର ମହୁକମାଠାରେ ଥିବା ଜିଲ୍ଲା ଦୌରାଜଜ୍ କୋର୍ଟକୁ ଯିବା ଆସିବା କରିଥାନ୍ତି । ବହୁ ଦୂରତା ଥିବା କାରଣରୁ ଗୋଟିଏ ଦିନରେ କୋର୍ଟକୁ ଯିବା ଆସିବା ସମ୍ଭବ ହୋଇନଥାଏ । ଫଳରେ ଲୋକେ ଅଧିକ ଖର୍ଚ୍ଚାନ୍ତ ହୋଇଥାନ୍ତି । ଲୋକଙ୍କୁ କମ ଖର୍ଚ୍ଚରେ ଦ୍ୱାରମୁହଁରେ ନ୍ୟାୟ ଯୋଗାଇ ଦେବାପାଇଁ 2017/18 ମସିହାରୁ ମିଳିତ ଭାବରେ ଖଡ଼ିଆଳ, ସିନାପାଲି, ବୋଡେ଼ନ ଓକିଲ ସଂଘ ଖଡ଼ିଆଳରେ ADJ କୋର୍ଟ ସ୍ଥାପନ କରିବା ପାଇଁ ସରକାରଙ୍କ ପାଖରେ ଦାବି କରି ଆସୁଛନ୍ତି । ADJ କୋର୍ଟ ସ୍ଥାପନ ପାଇଁ ହାଇକୋର୍ଟଙ୍କଠାରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇସାରିଥିବା ବେଳେ,CMO କାର୍ଯ୍ୟାଳୟରେ ସ୍ୱୀକୃତି ପାଇଁ ଫାଇଲ ଦୀର୍ଘ ବର୍ଷରୁ ପଡିରହିଛି । 
ଏହା ମଧ୍ୟ ପଢନ୍ତୁ .....ବିଧାନସଭା ଘେରାଉ କଲା ଘରୋଇ ବସ ମାଲିକ ସଂଘ, 'ଲକ୍ଷ୍ମୀ ବସ' ଓ  'ମୋ ବସ'ଯୋଜନା ପ୍ରତ୍ୟାହାର ଦାବି

ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ନ୍ୟାୟ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ, ଖଡ଼ିଆଳଠାରେ ADJ କୋର୍ଟ ସ୍ଥାପନରେ ଅହେତୁକ ବିଳମ୍ବ ଘଟଣା ଆଶ୍ଚର୍ଯ୍ୟ କରୁଥିବା ଓକିଲମାନେ କହିଛନ୍ତି । ଅପରପକ୍ଷେ ଖଡ଼ିଆଳ ଠାରେ ADJ କୋର୍ଟ ସ୍ଥାପନ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲୁ ରହିବ ବୋଲି ଆଇନଜୀବୀମାନେ ଚେତାବନୀ ଦେଇଛନ୍ତି ।


ଇଟିଭି ଭାରତ, ନୂଆପଡା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.