କେନ୍ଦୁପତ୍ରରୁ ଜିଏସଟି ଉଚ୍ଛେଦ ଦାବି, ଆଗକୁ ତୀବ୍ର ଆନ୍ଦୋଳନ ଚେତାବନୀ - ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ
🎬 Watch Now: Feature Video
ଝାରସୁଗୁଡ଼ା: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆହ୍ବାନ କ୍ରମେ ଆଜି ହଜାର ହଜାର ତୋଳାଳୀ ଅନ୍ଦୋଳନ କରିଛନ୍ତି । ଆଜି ଝାରସୁଗୁଡା ସହର ବେହେରାମାଲଠାରୁ ଏକ ରାଲି ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସିଥିଲେ । ସେଠାକୁ ଆସି ବିଭିନ୍ନ ଦାବି ନେଇ ପ୍ରତିବାଦ କରାଯାଇଥିଲା । ସୂଚନାନୁସାରେ, ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ମୁଖ୍ୟତଃ ବୋନସ, ମଜୁରୀ ବୃଦ୍ଧି, ବିବାହ ସହାୟତା ଏବଂ ଅନ୍ୟାନ୍ୟ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏକ ବିରାଟ ରାଲି କରି ଆସିଥିଲେ । ସେଠାରେ ଧାରଣା ଦେବାସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ୧୪ ଦଫା ସମ୍ମିଳୀତ ଦାବିପତ୍ର ପ୍ରଦାନ କରାଯାଇଥିଲା । କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାରଙ୍କର ୧୮ ପ୍ରତିଶତ ଜିଏସଟି ଭାର ଯୋଗୁଁ କେନ୍ଦୁପତ୍ର ତୋଳାଳୀଙ୍କ ଆର୍ଥିକ କ୍ଷତି ହେଉଥିବା ଅଭିଯୋଗ କରାଯାଇଛି । ତେଣୁ କେନ୍ଦୁପତ୍ରରୁ ଜିଏସଟି ଉଚ୍ଛେଦ କରିବା ପାଇଁ ଦାବି କରିଛନ୍ତି କେନ୍ଦୁପତ୍ର ତୋଳାଳୀ ।
ଇଟିଭି ଭାରତ, ଝାରସୁଗୁଡା