ଶ୍ରମିକ ଦିବସକୁ କଳାଦିବସ ପାଳିଲା ଜିଲ୍ଲା କେନ୍ଦୁପତ୍ର କର୍ମଚାରୀ ସଂଘ

By

Published : May 1, 2023, 10:04 PM IST

thumbnail

ନୂଆପଡ଼ା: ଜିଲ୍ଲାରେ କେନ୍ଦୁପତ୍ର କର୍ମଚାରୀ ସଂଘ ଖଡ଼ିଆଳ ଡିଭିଜନ ପକ୍ଷରୁ ଆଜି ବିଶ୍ବ ଶ୍ରମିକ ଦିବସକୁ କଳା ଦିବସ ଭାବେ ପାଳନ କରାଯାଇଛି । ଶ୍ରମିକ ଦିବସ ଅବସରରେ ସମସ୍ତ ମହିଳା ପୁରୁଷ ଶ୍ରମିକ କଳା ବ୍ୟାଚ୍‌ ପିନ୍ଧି ଏକ ରାଲିରେ ଆସି ବିରୋଧ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାର ସଂଘ ର ବିଭିନ୍ନ ଯଥାର୍ଥ ଦାବି ପୂରଣ କରୁନଥିବା ଅଭିଯୋଗ ହୋଇଛି । ଯଦି ସରକାର ଆଗାମୀ ଦିନରେ ସଂଘର ଯଥାର୍ଥ ଦାବିକୁ ଉପେକ୍ଷା କରନ୍ତି ତେବେ ଜୋରଦାର ଆନ୍ଦୋଳନ ହେବ ବୋଲି ସଂଘ ଚେତାବନୀ ଦେଇଛି ।  

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ହଜାର ହଜାର ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀ ଜିଲ୍ଲାର ୩୨୩ ଫଡ଼ି ସ୍ତରରେ ଶ୍ରମିକ ଦିବସକୁ କଳା ଦିବସ ଭାବେ ପାଳନ କରିଛନ୍ତି । ପୂର୍ବ ଯୋଜନା ମୁତାବକ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ସମ୍ବଲପୁରରେ ନିଆଯାଇଥିବା ନିଷ୍ପତ୍ତି ଓ ରାଜ୍ୟ ସଭାପତି ବିଜୟ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏହି ଆନ୍ଦୋଳନକୁ ବ୍ୟାପକ କରାଯାଉଛି। ଏହି କଳା ଦିବସରେ ଜିଲ୍ଲାର ଶତାଧିକ ଶ୍ରମିକ ଯୋଗଦେଇ ବିଭିନ୍ନ ସ୍ଲୋଗାନ ଦେଇ କଳାଦିବସ ପାଳନ କରିଛନ୍ତି ।  

ଏହା ବି ପଢନ୍ତୁ-  ନୂଆପଡ଼ାରେ ମୋତିର ଚମକ: ମୁକ୍ତାଚାଷ କରି ସ୍ବାବଲମ୍ବୀ ଦିବ୍ୟାଙ୍ଗ ଲଛମନ ନାୟକ

ରାଜ୍ୟ ସରକାର ସଂଘର ବିଭିନ୍ନ ଯଥାର୍ଥ ଦାବି ଓ ସମସ୍ୟା ଯଥା ପତ୍ର ରେଟ୍ ବୃଦ୍ଧି, ସର୍ବନିମ୍ନ ମଜୁରୀ ବୃଦ୍ଧି, ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି, ଗସ୍ତ ଖର୍ଚ୍ଚ ଆଲାଉନ୍ସ ବୃଦ୍ଧି, ବୋନସ ବୃଦ୍ଧି, ଜିଏସଟି ଉଚ୍ଛେଦ ଓ ଫେରସ୍ତ, ଚାକିରୀ ସର୍ତ୍ତାବଳୀ ଲାଗୁ , କନ୍ୟା ବିବାହ ସହାୟତା, ମୁନସୀ ଚପ୍ରାସି ତଥା ସମସ୍ତ ସିଜିନାଲ କର୍ମଚାରୀଙ୍କ କାର୍ଯ୍ୟକାଳ ବୃଦ୍ଧି, ବନ୍ଧାଲି ଦରବୃଦ୍ଧି, କେ.ଏଲ.ଡି.ବି.ମିଟିଂ ଚାଲୁ ରଖିବା, ଓଏଫଡିସିରେ ନେଉଥିବା ୧୦% କମିଶନକୁ ହ୍ରାସ ଇତ୍ୟାଦି ଦାବିକୁ ନେଇ ଆଜିର ଆନ୍ଦୋଳନ ଡାକରା ଦିଆଯାଇଥିଲା । ଯଦି ସରକାର ଆଗାମୀ ଦିନରେ ସଂଘର ଯଥାର୍ଥ ଦାବିକୁ ଉପେକ୍ଷା କରନ୍ତି ତେବେ ଜୋରଦାର ଆନ୍ଦୋଳନ କରିବେ ବୋଲି ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.