କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ଅନୁଗୋଳ, ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

By ETV Bharat Odisha Team

Published : Nov 27, 2023, 1:16 PM IST

thumbnail

ଅନୁଗୋଳ:  ଆ-କା-ମା-ବୈ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧରମ ମୋର । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମା । ଧାର୍ମିକ କାର୍ତ୍ତିକ ମାସର ଶେଷ ଦିନ । ଏନେଇ ଚଳଚଞ୍ଚଳ ହୋଇଛି ଗାଁଠୁ ସହର । ଧର୍ମ ମାସ କାର୍ତ୍ତିକର ଶେଷ ଦିନରେ ପୂର୍ଣ୍ଣିମା ପଡ଼ିଥିବା ବେଳେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ମନେ ପକାଇବାକୁ ଯାଇ ଆଜିର ଏହି ପବିତ୍ର ଦିନରେ ଧର୍ମର ଡ଼ଙ୍ଗା ଭସାଇଥାନ୍ତି ଶ୍ରଦ୍ଧାଳୁ । ତେଣୁ ଆଜିର ଏହି ପବିତ୍ର ଦିନରେ ଡ଼ଙ୍ଗା ଭସାଇବା ପାଇଁ ଅନୁଗୋଳର ବିଭିନ୍ନ ନଦୀ ଓ ପୋଖରୀରେ ଲୋକେ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ସେପଟେ ଗାଁ ଗାଁରେ ଚାଲିଛି କାର୍ତ୍ତିକେଶ୍ୱରଙ୍କ ପୂଜା । ସହର ନିକଟସ୍ଥ ତୁରଙ୍ଗ ଗାଁରେ ପ୍ରାୟ 20ରୁ ଅଧିକ ମଣ୍ଡପରେ ମହା ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜା ଚାଲିଛି । ତେବେ ହିନ୍ଦୁ ଧର୍ମର ସଂସ୍କୃତି, ଐତିହ୍ୟ ପରମ୍ପରାକୁ ବଜାୟ ରଖି ଶୁଭ ମନାସିବା ପାଇଁ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀମାନଙ୍କରେ ଡଙ୍ଗା ଭସାଇଛନ୍ତି । ଓଡ଼ିଶାରେ ଅତୀତର ସମୃଦ୍ଧ ନୌବାଣିଜ୍ୟର ପରମ୍ପରାକୁ ମନେ ପକାଇବାକୁ ପ୍ରତିଟି ଓଡ଼ିଆମାନେ ରାତିରୁ ଉଠି ସୂର୍ଯ୍ୟ ଉଦୟ ପୁର୍ବରୁ ବୋଇତ ଭସାଇଛନ୍ତି । ସେହିପରି  କାର୍ତ୍ତିକ ମାସର ଆଜି ଶେଷ ଦିନ ହୋଇଥିବାରୁ ବିଭିନ୍ନ ଦେବାଦେବୀଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ ଜମିଛି ।

ଏହା ମଧ୍ୟ ପଢନ୍ତୁ- ବୋଇତ ବନ୍ଦାଣ କରି ଐତିହ୍ୟ ପରମ୍ପରାକୁ ମନେ ପକାଇଲେ ପାଟଣାବାସୀ

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.