ତିରୁଭନ୍ନାମଲାଇ ମନ୍ଦିରରେ କାର୍ତ୍ତିକାଇ ଦୀପମ ପର୍ବ ଅନୁଷ୍ଠିତ, ଆଲୋକମାଳାରେ ଝଲସିଲା ମନ୍ଦିର - କାର୍ତ୍ତିକ ପୂର୍ଣ୍ଣିମା ୨୦୨୩

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 26, 2023, 10:34 PM IST

ଚେନ୍ନାଇ: ହିନ୍ଦୁ ଧର୍ମର ଅନେକ ଧର୍ମ ମାସ ମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣିମା ଅନ୍ୟତମ । ଏହି ଧାର୍ମିକ ମାସରେ ହିନ୍ଦୁ ଧର୍ମାବଲମ୍ବୀମାନେ ଆମିଷ ଭୋଜନକୁ ବର୍ଜନ କରିଥାନ୍ତି । ମାସ ସାରା ଆମିଷ ଭୋଜନ କରୁନଥିବା ବେଳେ କିଛି କିଛି ଲୋକେ ସମ୍ପୂର୍ଣ୍ଣ ସାତ୍ତ୍ବିକ ଭୋଜନ କରିଥାନ୍ତି । ଏହି ମାସରେ ଶ୍ରଦ୍ଧାଳୁ ଭଗବାନ କାର୍ତ୍ତିକଙ୍କୁ ପୂଜା କରନ୍ତି । ଭାରତର ଅନେକ ସ୍ଥାନରେ ଏହି ମାସକୁ ଭିନ୍ନ ନାମରେ ପୂଜା କରାଯାଏ । ଆମ ରାଜ୍ୟ ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଉଥିବା ବେଳେ ତାମିଲ ଭାଷୀ ରାଜ୍ୟ ତାମିଲନାଡୁରେ ଏହାକୁ କାର୍ତ୍ତିଗାଇ ବା କାର୍ତ୍ତିକାଇ କୁହାଯାଏ । ତେବେ ଆଜି (ନଭେମ୍ବର ୨୬)ରେ ତାମିଲନାଡୁରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ହେଉଛି । ଏହି ଅବସରରେ ତିରୁଭନ୍ନାମଲାଇ ମନ୍ଦିରରେ ଆଡମ୍ବରରେ 'କାର୍ତ୍ତିକାଇ ଦୀପମ' ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ମନ୍ଦିରରେ ଭଗବାନ ଶିବଙ୍କୁ ଆରାଧନା କରାଯାଏ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏଠାରେ ଦୀପୋତ୍ସବ ଅନୁଷ୍ଠିତ ହୋଇଛି । ଶ୍ରଦ୍ଧାଳୁ ହର ହର ମହାଦେବଙ୍କ ନିକଟରେ ଦୀପ ଜଳାଇ ପୂଜାର୍ଚ୍ଚନା କରିଛନ୍ତି । ଏହି ମୁଖ୍ୟ ଉତ୍ସବ ଲାଗି କାଞ୍ଚିପୁରମରୁ ପୁଷ୍ପ ମାଳ ପୂଜା ପରେ ଏହି ମନ୍ଦିରକୁ ପଠାଯାଇଛି । ତିରୁଭନ୍ନାମଲାଇ ମନ୍ଦିରରେ ୧୦ ଦିନ ଧରି ଏହି ପର୍ବ ପାଳିତ ହୋଇଥାଏ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.