କାର୍ଯ୍ୟକ୍ରମରେ ମହିଳାଙ୍କୁ ଚାପୁଡା ମାରିଲେ କର୍ଣ୍ଣାଟକ ମନ୍ତ୍ରୀ, ଭିଡିଓ ଭାଇରାଲ

🎬 Watch Now: Feature Video

thumbnail
କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଗିଗଲେ କର୍ଣ୍ଣାଟକର ଗୃହ ଓ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି.ସୋମନ୍ନା । ଜଣେ ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।କର୍ଣ୍ଣାଟକର ଚାମରାଜ ନଗରରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ସୂଚନାଅନୁସାରେ, ୧୭୫ ଜଣଙ୍କୁ ଜମି ମାଲିକାନା କାଗଜପତ୍ର ବାଣ୍ଟିଥିଲେ ମନ୍ତ୍ରୀ। କିନ୍ତୁ ଜଣେ ମହିଳା ତାଙ୍କୁ ଜମି ମାଲିକାନା କାଗଜପତ୍ର ମିଳିନଥିବା ନେଇ ବିରୋଧ କରିଥିଲେ। ଏନେଇ ମନ୍ତ୍ରୀଙ୍କ ପାଖକୁ ଆସି ଗୁହାରି କହିଥିଲେ। ଏହି ସମୟରେ ମନ୍ତ୍ରୀ ସୋମନ୍ନା ତାଙ୍କୁ ଜୋର୍‌ରେ ଏକ ଚାପୁଡା ମାରିଦେଇଥିଲେ। ଚାପୁଡ଼ା ଖାଇବା ପରେ ବି ମହିଳାଜଣକ ମନ୍ତ୍ରୀଙ୍କ ପାଦ ଧରୁଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ମନ୍ତ୍ରୀ କହିଛନ୍ତି," 45 ବର୍ଷ ଭିତରେ ମୁଁ ବହୁତ ଉତ୍ଥାନ-ପତନ ଦେଖିଛି। ଶନିବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ କୌଣସି ଛୋଟ ଅପରାଧ କରାଯାଇ ନାହିଁ। ମୁଁ ମୋର ଭୁଲର ଅନୁତାପ କରୁଛି ଏବଂ କ୍ଷମା ପ୍ରାର୍ଥନା କରୁଛି।"
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.