କଳିଯୁଗର ଶ୍ରବଣ କୁମାର, ମା’ଙ୍କୁ ସ୍କୁଟରରେ ବୁଲେଇଲେଣି 70ହଜାର କିମି - ସ୍କୁଟରରେ ତୀର୍ଥ ଯାତ୍ରା
🎬 Watch Now: Feature Video
ଡେରାଡୁନ: କୁହାଯାଏ, ପିତା ମାତା ହେଉଛନ୍ତି ଚଳନ୍ତି ପ୍ରତିମା । ପିତାମାତାଙ୍କ ସେବା ଠାରୁ ସଂସାରରେ ବଡ ଧର୍ମ କିଛି ନାହିଁ । ପୂର୍ବରୁ ଆପଣ ଶ୍ରବଣ କୁମାରଙ୍କ କାହାଣୀ ନିଶ୍ଚିତ ଭାବେ ଶୁଣିଥିବେ । ତେବେ କଳିଯୁଗର ଶ୍ରବଣ କୁମାର କୁହାଯାଉଥିବା ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ନିଜ ମାଆଙ୍କୁ ଦେଶ ବିଦେଶ ଭ୍ରମଣ କରାଉଛନ୍ତି । ତେବେ ବ୍ୟକ୍ତି ଜଣକ ହେଉଛନ୍ତି କର୍ଣ୍ଣାଟକର ମହୀଶୂର ଜିଲ୍ଲା ସ୍ଥିତ ବୋଗାଦିରେ ବାସ କରୁଥିବା କ୍ରିଷ୍ଣା କୁମାରଙ୍କ ବୟସ 42 ବର୍ଷ ହୋଇଥିବାବେଳେ ତାଙ୍କ ମାଆଙ୍କ ବୟସ 72 ବର୍ଷ । ସେ ଏକ ପୁରୁଣାକାଳିଆ ସ୍କୁଟରରେ ମା’ଙ୍କୁ ବସାଇ କର୍ଣାଟକରୁ ଯାତ୍ରା ଆରମ୍ଭ କରି ବର୍ତ୍ତମାନ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି ।
ସୂଚନା ଅନୁଯାୟୀ ସେ ତାଙ୍କ ମାଆଙ୍କୁ ପାଖାପାଖି 70 ହଜାର କିଲୋମିଟର ଯାତ୍ରା କରାଇସାରିଛନ୍ତି । ପିତାଙ୍କ ଦେହାନ୍ତ ପରେ ମାଆଙ୍କ ତୀର୍ଥ ଯାତ୍ରା ନେଇ ଥିବା ଶେଷ ଇଚ୍ଛାକୁ ପୂରଣ କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି କ୍ରିଷ୍ଣା । ତେବେ ଅନେକ ସ୍ଥାନ ଭ୍ରମଣ କରିସାରିବା ପରେ ସେ ଶୁକ୍ରବାର ଉତ୍ତରାଖଣ୍ଡରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଯେଉଁଠାରେ ସମାଜସେବୀମାନେ ତାଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଉଭୟଙ୍କୁ ସ୍ବାଗତ କରିଛନ୍ତି ।