ବିଳମ୍ବିତ ରାତିରେ 14 ପୂଜା ମଣ୍ଡପରେ ପୂଜା ପାଇଲେ ମା’ ଶ୍ୟାମାକାଳୀ, ସୂର୍ଯ୍ୟପରାଗ ପାଇଁ ଦର୍ଶନ ବନ୍ଦ - ଯାଜପୁର ବ୍ୟାସନଗର ସହରରେ ପାଳିତ ହେଉଛି କାଳୀପୂଜା

🎬 Watch Now: Feature Video

thumbnail

By

Published : Oct 25, 2022, 4:21 PM IST

Updated : Feb 3, 2023, 8:30 PM IST

ଯାଜପୁର: ଯାଜପୁର ବ୍ୟାସନଗର ସହରରେ ଧୁମଧାମରେ ଚାଲିଛି କାଳୀପୂଜା। ଗତକାଲି(ସୋମବାର) ମଧ୍ୟରାତ୍ରରୁ ଆରମ୍ଭ ହୋଇଛି ଗଣପର୍ବ କାଳୀପୂଜା (Kali puja rituals performed at Jajpur) । ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ସାରା ସହର। ଚଳିତବର୍ଷ ସହରର ୧୪ଟି ମଣ୍ଡପରେ ପୂଜା ପାଉଛନ୍ତି ମା' ଶ୍ୟାମାକାଳୀ। ବିଧି ଅନୁସାରେ ମା’ଙ୍କୁ କରାଯାଉଛି ଆବାହନ। ମା'ଙ୍କ ସୁନ୍ଦର ପ୍ରତିମୂର୍ତ୍ତି, ଆକାଶଛୁଆଁ ତୋରଣ ଓ ଆକର୍ଷଣୀୟ ସାଜସଜ୍ଜା ସହରବାସୀଙ୍କୁ ଆତ୍କୃଷ୍ଟ କରୁଛି । ଏହି ଅବସରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସହରର ବିଭିନ୍ନ ସ୍ଥାନରେ ମୀନାବଜାର, ଅପେରା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ତେବେ ଏହି ପୂଜା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ସହରବାସୀ। ତେବେ ସୂର୍ଯ୍ୟପରାଗ ପାଇଁ ଦର୍ଶନ ବନ୍ଦ ରହିଛି । ଇଟିଭି ଭାରତ, ଯାଜପୁର
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.