ସରିଲା କଳାହାଣ୍ଡି ଲୋକ ମହୋତ୍ସବ ଘୁମୁରା, ଲୋକଗୀତରେ ଦୁଲୁକିଲା ଲଙ୍କେଶ୍ଵରୀ ମଞ୍ଚ - ଘୁମୁରା 2024 ଉତ୍ସବ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 9, 2024, 2:06 PM IST
Kalahandi festival Ghumura-2024: ଭବାନୀପାଟଣା: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହେଲା କଳାହାଣ୍ଡି ଜିଲ୍ଲାର ଲୋକ ମହୋତ୍ସବ ଘୁମୁରା-2024 । ଜୁନାଗଡ ସହର ହାଇସ୍କୁଲ ପଡିଆଠାରେ ଗତ ୬ ତାରିଖଠାରୁ ଏହି ବ୍ଲକ ଓ ଏନ୍ଏସି ସ୍ତରୀୟ ଉତ୍ସବ 'ଘୁମୁରା' ଚାଲିଥିବା ବେଳେ ସୋମବାର ଶେଷ ହୋଇଛି । ଉଦଯାପନୀ ଉତ୍ସବରେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ମୌଷଧି ବାଗ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏଥିରେ ଜୁନାଗଡ଼ କଳା ବିକାଶ କେନ୍ଦ୍ରର ଓଡିଶୀ, ଛୋରିଆଗଡ଼ର ଘୁମୁରା, ଜୁନାଗଡ଼ ଗନ୍ତାୟତ ପଡାର ବଜା ଶାଲ, ପ୍ରତିଭା ଅନୁଷ୍ଠାନ ପକ୍ଷରୁ ସିଙ୍ଗାରି, ବୁଢ଼ୀପଡ଼ର ଢାପ ପରିବେଷଣ ହୋଇଥିଲା । ପରେ ପଶ୍ଚିମ ଓଡ଼ିଶାର ଗାୟକ ସର୍ବେଶ୍ୱର ଭୋଇ ଓ ତାଙ୍କ ଟିମର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ ।
ଏହାମଧ୍ୟ ପଢନ୍ତୁ...ଦୁଲ୍ଦୁଲି ମହୋତ୍ସବ ଉଦଯାପିତ, କଳାକାରଙ୍କ ସହ ନାଚିଲେ ଜିଲ୍ଲାପାଳ
କଳାହାଣ୍ଡିର ଲୋକକଳା ଓ ସଂସ୍କୃତି ଆଜି ବିଶ୍ୱ ଦରବାରରେ ପରିଚିତ । ତେଣୁ ଏହାକୁ ଉଜ୍ଜିବୀତ କରିବା ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଯିଏ ଯେଉଁ ଦଳର ଥାଉ ନା କାହିଁକି ସମସ୍ତେ ବିକାଶ ପାଇଁ ଏକଜୁଟ ହେବା ଆବଶ୍ୟକ ବୋଲି ବିଧାୟକ କହିଥିଲେ । ସେହିପରି କଳାହାଣ୍ଡିର ଇତିହାସକୁ ଏକ ଗ୍ୟାଲେରୀରେ ସ୍ଥାନ ଦେଲେ ଆଗାମୀ ପିଢି ଏହା ଉପରେ ଜାଣିପାରିବେ ବୋଲି ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା କଲ୍ୟାଣୀ ନାଏକ ଅଭିଭାଷଣରେ କହିଥିଲେ ।
ଇଟିଭି ଭାରତ, କଳାହାଣ୍ଡି