thumbnail

ମନ୍ଦିର କବାଟ ଭାଙ୍ଗି ଲୁଟିନେଲେ ଅଳଙ୍କାର ଓ ଟଙ୍କା: ଲୁଟେରାଙ୍କ ଟେର ପାଉନି ପୋଲିସ

By ETV Bharat Odisha Team

Published : Sep 9, 2023, 10:59 PM IST

ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗରରେ ଦିନକୁ ଦିନ ଚୋରମାନଙ୍କର ପ୍ରଦୃଭାବ ବୃଦ୍ଧି ପାଇବାରେ ଲାଗିଛି l ଏହି ଅଞ୍ଚଳର ବିଭିନ୍ନ ସ୍ଥାନରୁ ବାରମ୍ବର ଲୁଟପାଟ  ଘଟଣା ବଢ଼ି ଚାଲିଛ l ଅଭିଯୋଗ ସତ୍ୱେ ଲୁଟେରାଙ୍କ ଟେର ପାଉନି ପୋଲିସ , ଯାହା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାମ ମନ୍ଦିର ସମେତ ଦୁଇ ଦୁଇଟି ଭିର୍ନ ସ୍ଥାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।  ପୋଲିସର  ଘଟଣାର ତଦନ୍ତ ଆରମ୍ଭ କରିଛି ।ଏହାପୂର୍ବରୁ ମଧ୍ୟ ଏହି ରାମ ମନ୍ଦିରରୁ ୪ଥର ଚୋରି ହୋଇଥିଲା

କାମାକ୍ଷାନଗର ଥାନା ମାଳପୁରା ସ୍ଥିତ ରାମ ମନ୍ଦିର ମୁଖ୍ୟ କବାଟ ଭାଙ୍ଗିବା ଓ ଭଣ୍ଡାର ଘର ତାଲା ଭାଙ୍ଗିବା ସହ ଦାନବାକ୍ସ ଲୁଟିଲେ ଦୁର୍ବୃତ୍ତ ।ଏହା ସହିତ ଜିରିଡାମାଳି ସ୍ଥିତ ରାଧାକୁଞ୍ଜ ସାହିରେ ଥିବା ଏକ ତେଜରାତି ଦୋକାନ ତାଲା ଭାଙ୍ଗି ବିଭିନ୍ନ ସାମଗ୍ରି ଲୁଟି ନେବା ସହ ଗୋଟିଏ ସ୍କୁଟି ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । କାମାକ୍ଷାନଗରରେ ପୁଣି ଲୁଟେରାମାନେ ସକ୍ରିୟ ହୋଇପଡିଛନ୍ତି ।ଗୋଟିଏ ରାତିରେ ଦୁଇ ଦୁଇଟି ସ୍ଥାନରୁ ଚୋରି ହେବା ନିହାତି ପକ୍ଷେ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ମନ୍ଦିରର ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ଦାନହୁଣ୍ଡି ଭାଙ୍ଗି ଲୁଟ ହୋଇଥିବା ଦଖିବାକୁ ମିଳିଛି ।ପୂର୍ବରୁ ମଧ୍ୟ ଏହି ରାମ ମନ୍ଦିରରୁ ୪ଥର ଚୋରି ହୋଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।ଖବର ପାଇ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିରେ ସ୍ଥାନୀୟ ଯୁବକ ସଂପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି  ।  

ଇଟିଭିି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.