ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷାରେ କପି ମୁକ୍ତ ପାଇଁ ପ୍ରୟାସ। ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ବାଡ୍। CHSE ପକ୍ଷରୁ ଏନେଇ ସୂଚନା ଦିଆଯାଇଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା ।
ଗଠନ ହେବ ଜିଲ୍ଲା ସ୍ତରୀୟ ସ୍କ୍ବାଡ୍:
"ରାଜ୍ୟରେ ଆଉ କିଛିଦିନ ପରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ କପି ରୋକିବା ଏକ ବଡ଼ ଚିନ୍ତା ପାଲଟିଛି । ପୂର୍ବରୁ ରାଜ୍ୟ ସ୍ତରୀୟ ସ୍କ୍ବାଡ୍ ରହିଥିବାବେଳେ ଚଳିତ ବର୍ଷ ଜିଲ୍ଲାସ୍ତରୀୟ ସ୍କ୍ବାଡ୍ ଗଠନ କରାଯିବ । ଆସନ୍ତା ଫେବ୍ରୁଆରୀ 18 ତାରିଖରେ ଯୁକ୍ତ ଦୁଇ ଲିଖିତ ପରୀକ୍ଷା ରହିଛି । ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ବାଡ୍। କାରଣ ବିଭିନ୍ନ ଜିଲ୍ଲାରେ ପୂର୍ବରୁ ସ୍କ୍ବାଡ୍ ପହଞ୍ଚି ପାରୁନଥିଲେ। ରାଜ୍ୟସ୍ତରୀୟ ସ୍କ୍ବାଡ୍ ଗଠନ ହେଉଥିଲା। ଗତ ବର୍ଷ ପରୀକ୍ଷା ମୂଳକ ଭାବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସ୍କ୍ବାଡ୍ କରି ସଫଳତା ପାଇଥିଲୁ । ତାକୁ ଦୃଷ୍ଟିରେ ରଖି ଚଳିତ ଥର ସବୁ ଜିଲ୍ଲାରେ ସ୍କ୍ବାଡ୍ ମୁତୟନ ହେବେ। ବଡ଼ ଜିଲ୍ଲାରେ ଦୁଇଟି ଓ ଛୋଟ ଜିଲ୍ଲାରେ ଗୋଟିଏ ଗ୍ରୁପ ରହିବେ। ସମସ୍ତ ଖର୍ଚ୍ଚ CHSE ବହନ କରିବ। ଏଥର କଡାକଡି ଭାବେ ଦେଖାଯିବ ଯେ ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ଯେପରି ପରୀକ୍ଷା ପରିଚାଳନାରେ ରହିବେ ନାହିଁ" ବୋଲି କହିଛନ୍ତି CHSE ର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା ।
ଏହା ବି ପଢନ୍ତୁ...ଜେଲ ପାଲଟିଛି ପାଠଶାଳା, ୬୩ ବର୍ଷରେ ମାଟ୍ରିକ ପରୀକ୍ଷା ଦେବେ ଅନ୍ତେବାସୀ ଏହା ବି ପଢନ୍ତୁ...ଯୁକ୍ତ ଦୁଇ ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ; ୮୦ ମାର୍କ ଥିଓରୀରୁ ୨୪ ରଖିଲେ ପାସ୍ ଏହା ବି ପଢନ୍ତୁ...ଫେବୃଆରୀ ୧୮ରୁ +2 ପରୀକ୍ଷା, କେଉଁ ଦିନ କେଉଁ ବିଷୟ ଜାଣନ୍ତୁ |
କେଉଁ ଦିନ କେଉଁ ବିଷୟ ପରୀକ୍ଷା:
୧୮ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଏମଆଇଏଲ (ଓଡ଼ିଆ) ପରୀକ୍ଷା। ୧୯ ତାରିଖରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ। ୨୦ ତାରିଖରୁ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ । ୨୨ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଇଂରାଜୀ ପରୀକ୍ଷା ।
- ଫେବ୍ରୁଆରୀ ୨୮ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ପଦାର୍ଥ ବିଜ୍ଞାନ ବା ଫିଜିକ୍ସ ପରୀକ୍ଷା
- ମାର୍ଚ୍ଚ ୪ ତାରିଖରେ ଜିଓଲୋଜି, ମାର୍ଚ୍ଚ ୭ରେ ରସାୟନ ବିଜ୍ଞାନ ବା କେମେଷ୍ଟ୍ରୀ
- ମାର୍ଚ୍ଚ ୧୦ରେ ଅଲ୍ ଅଦର ଏମ୍ଆଇଏଲ୍ସ
- ୧୭ରେ ଗଣିତ, ମାର୍ଚ୍ଚ ୨୧ରେ କମ୍ପ୍ୟୁଟର ସାଇନ୍ସ, ବାୟୋଟେକ୍ନୋଲୋଜି ଓ ଇଲେକ୍ଟ୍ରୋନିକ୍ସ
- ୨୬ ତାରିଖରେ ବାୟୋଲୋଜି (ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ) ପରୀକ୍ଷା
- ୨୬ ତାରିଖରେ ସକାଳ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଉଦ୍ଭିଦ ବିଜ୍ଞାନ ପରୀକ୍ଷା
- ୧୧ଟା ୫୦ରୁ ୧ଟା ୨୦ ପର୍ଯ୍ୟନ୍ତ ପ୍ରାଣୀ ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
- ୨୫ ତାରିଖରେ କଳା ଓ ବାଣିଜ୍ୟ ପିଲାଙ୍କର ଇଂରାଜୀ ପରୀକ୍ଷା
- ମାର୍ଚ୍ଚ ୪ରେ କଳା ପିଲାଙ୍କର ଇତିହାସ, ବାଣିଜ୍ୟ ପିଲାଙ୍କର ବିଜ୍ନେସ୍ ଷ୍ଟଡିଜ୍ ଓ ମ୍ୟାନେଜମେଣ୍ଟ ପରୀକ୍ଷା
- ମାର୍ଚ୍ଚ ୮ ତାରିଖରେ କଳା ଛାତ୍ରଛାତ୍ରୀଙ୍କର ରାଜନୀତି ବିଜ୍ଞାନ ପରୀକ୍ଷା
- ସେହିଦିନ ବାଣିଜ୍ୟ ପିଲାଙ୍କର ବିଜନେସ୍ ମ୍ୟାଥ୍ମେଟିକ୍ସ ଓ ଷ୍ଟାଟିଷ୍ଟିକ୍ସ ପରୀକ୍ଷା
- ୧୦ରେ କଳା ଓ ବାଣିଜ୍ୟ ପିଲାଙ୍କ ଅଲ୍ ଅଦର ଏମ୍ଆଇଏଲ୍ (ହିନ୍ଦୀ, ବେଙ୍ଗଲୀ, ତେଲୁଗୁ, ଉର୍ଦ୍ଦୁ, ସଂସ୍କୃତ ବା ଅଲ୍ଟରନେଟିଭ୍ ଇଂରାଜୀ) ପରୀକ୍ଷା
- ୧୭ ତାରିଖରେ କଳା ଛାତ୍ରଛାତ୍ରୀଙ୍କର ଗଣିତ ପରୀକ୍ଷା
- ୧୯ ତାରିଖରେ ଭୂଗୋଳ, ୨୦ରେ ଅର୍ଥନୀତି, ୨୨ରେ ସାଇକୋଲୋଜି ଓ ଏଜୁକେସନ ପରୀକ୍ଷା ରହିଛି
- ୨୪ ତାରିଖରେ କଳା ପିଲାଙ୍କର ଷ୍ଟାଟିଷ୍ଟିକ୍ସ, ଆନ୍ଥ୍ରୋପୋଲୋଜି, ସୋସିଓଲୋଜି ପରୀକ୍ଷା
- ୨୭ରେ ଲଜିକ୍ ପରୀକ୍ଷା
- ୨୦ରେ ବାଣିଜ୍ୟର କଷ୍ଟ ଆକାଉଣ୍ଟିଂ, ବିଜନେସ ଇକୋନୋମିକ୍ସ, ଫଣ୍ଡାମେଣ୍ଟାଲ ଅଫ୍ ମ୍ୟାନେଜମେଣ୍ଟ ଆକାଉଣ୍ଟିଂ ଓ କମ୍ପ୍ୟୁଟର ଆପ୍ଲିକେସନ
- ୨୧ ତାରିଖରେ କଳା,ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଆଇଟି ପରୀକ୍ଷା
- ମାର୍ଚ୍ଚ ୨୭ରେ ବାଣିଜ୍ୟ ପିଲାଙ୍କର ଆକାଉଣ୍ଟାନ୍ସି ପରୀକ୍ଷା
ଚଳିତ ବର୍ଷ ୩ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେବେ ପରୀକ୍ଷା:
ସାମ୍ସ (SAMS) ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ କଳାର ୨ ଲକ୍ଷ ୨୯ ହଜାର ୬୦୪ ଜଣ ହୋଇଥିବାବେଳେ ବାଣିଜ୍ୟର ୨୩ ହଜାର ୫୬୦, ବିଜ୍ଞାନର ୧ ଲକ୍ଷ ୬ହଜାର ୩୨୫ ଓ ଧନ୍ଦାମୂଳକ ଶିକ୍ଷାର ୫, ୦୩୮ ଜଣ ଅଛନ୍ତି । ସେହିଭଳି ୨୭ ହଜାର ୨୮୨ ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର