thumbnail

By ETV Bharat Odisha Team

Published : Sep 6, 2023, 9:55 PM IST

ETV Bharat / Videos

ଜନ୍ମାଷ୍ଟମୀରେ ଚଳଚଞ୍ଚଳ ଢେଙ୍କାନାଳ, ଇସ୍କନରେ ଭକ୍ତଙ୍କ ଭିଡ

ଢେଙ୍କାନାଳ: ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ଢେଙ୍କାନାଳ ସହର ଆଧ୍ୟାତ୍ମିକ ପରିବେଶରେ ବୁଡି ରହିଛି । ବିଭିନ୍ନ କୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ବିଶେଷ କରି ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ସ୍ୱତନ୍ତ୍ର ଭାବେ ଜନ୍ମାଷ୍ଟମୀ ପାଳିତ ହେଉଛି । ଏପଟେ ଇସ୍କନ ପକ୍ଷରୁ ଢେଙ୍କାନାଳରେ ଜନ୍ମାଷ୍ଟମୀ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। କଲିକତା ମାୟାପୁରୀରୁ ଯୋଡା ବଳଦ ସଂଯୋଗ ରଥରେ ଇସ୍କନର ପ୍ରତିଷ୍ଠାତା ସିଲା ପ୍ରଭୁପାଦ ଓ ନିତାଇ ଗୌରାଙ୍ଗ ବିଗ୍ରହ ନେଇ ରଥ ଢେଙ୍କାନାଳରେ ଆସି ପହଞ୍ଚିଥିଲା । ଏହି ରଥ ସହ କିଛି ଇସ୍କନ ଭକ୍ତ ମଧ୍ୟ ପଦଯାତ୍ରା ମାଧ୍ୟମରେ ଢେଙ୍କାନାଳ କଲେଜ ରୋଡ଼ ସ୍ଥିତ ଇସ୍କନ ଆସି ପହଞ୍ଚିଥିଲେ। ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଇଁ ଇସ୍କନ ପକ୍ଷରୁ ତିନି ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ପ୍ରଥମେ ସହରରେ ନଗର ସଂକିର୍ତ୍ତନ କରାଯାଇଛି । ଯେଉଁଥିରେ ଶତାଧିକ ମହିଳା ଓ ପୁରୁଷ କୃଷ୍ଣ ଭକ୍ତ ନାଚି ଗାଇ ଏହି ନଗର ସଂକିର୍ତ୍ତନ କରିଛନ୍ତି । ଆଜିର ଦିନକୁ ଗୋକୁଳାଷ୍ଟମୀ, ଜୟନ୍ତୀ ଓ ଜନ୍ମାଷ୍ଟମୀ ଭାବରେ ମଧ୍ୟ ପାଳନ କରାଯାଉଛି । 

ଇଟିଭି ଭାରତ, ତେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.