ଚନ୍ଦ୍ରଯାନର ସଫଳ ଅବତରଣ ନେଇ ଛାତ୍ର ଛାତ୍ରୀଙ୍କ ପୂଜାର୍ଚ୍ଚନା - jajapur news
🎬 Watch Now: Feature Video
Published : Aug 23, 2023, 6:22 PM IST
ଯାଜପୁର: ଆଜି ଚନ୍ଦ୍ରପୃଷ୍ଠରେ ଅବତରଣ କିରିବ ଚନ୍ଦ୍ରାୟନ ୩ । ଏଥିପାଇଁ ସାରା ପଲ୍ଲୀରୁ ଦଲ୍ଲୀ ଯାଏଁ ଦେଖାଦେଇଛି ଉତ୍ସାହ । ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ପୂଜାର୍ଚ୍ଚନା । ଚନ୍ଦ୍ରଯାନର ସଫଳ ଅବତରଣ ପାଇଁ ସମସ୍ତେ ପ୍ରାର୍ଥନା କରୁଥିବା ବେଳେ ଯାଜପୁର ଦଶରଥପୁର ବ୍ଳକ ରାମବାଗ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନେ ପୂଜାର୍ଚ୍ଚନାରେ ଲାଗିଛନ୍ତି ।
ଗତ ଜୁଲାଇ 14 ତାରିଖ ଦିନ 2ଟା 35 ମିନିଟରେ ସତୀଶ ଧାୱନ ଉତକ୍ଷେପଣ କେନ୍ଦ୍ରରୁ ଚନ୍ଦ୍ରଯାନ ୩ ସଫଳ ଲଞ୍ଚ ହୋଇଥିଲା । ଦୀର୍ଘ ୪୨ ଦିନ ପରେ ଆଜି ସନ୍ଧ୍ୟା ୬ଟା ୦୪ମିନିଟରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋର ବୈଜ୍ଞାନିକମାନେ ସମୟ ଧାର୍ଯ୍ୟ କରିଛନ୍ତି । ଏହି ମିଶନକୁ ସଫଳ କରିବାକୁ ଇସ୍ରୋ ସହ ଭାରତ ବର୍ଷର ଜନସାଧାରଣ ଆଶାପୋଷଣ ରଖିଥିବା ବେଳେ ସବୁଠାରେ ପୂଜା ଅର୍ଚ୍ଚନା କରାଯାଉଥିବା ଦେଖିବା କୁ ମିଳିଛି । ବର୍ତ୍ତମାଲ ସାରା ବିଶ୍ବର ନଜର ରହିଛି ଭାରଥ ଉପରେ । ଆଉ କିଛି ସମୟର ଅପେକ୍ଷା ଚନ୍ଦ୍ରର ଦକ୍ଷିଣମେରୁରେ ଚନ୍ଦ୍ରଯାନ୩ ସଫଳ ଅବତରଣ କରି ଇତିହାସ ରଚିବ ଭାରତ ।
ଇଟିଭି ଭାରତ, ଯାଜପୁର