ITPO Complex Redeveloped: 26ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ, ଅନୁଷ୍ଠିତ ହେବ ଜି20 ସମ୍ମିଳନୀ ବୈଠକ - ITPO କମ୍ପଲେକ୍ସର ଆଧୁନିକୀକରଣ
🎬 Watch Now: Feature Video

ନୂଆଦିଲ୍ଲୀ: ଆଧୁନିକୀକରଣ ପରେ ନୂଆ ରୂପ ପାଇଛି ଦିଲ୍ଲୀର ଇଣ୍ଡିଆ ଟ୍ରେଡ ପ୍ରମୋସନ ଅର୍ଗାନାଇଜେସନ (ITPO) କମ୍ପଲେକ୍ସ । ପ୍ରଗତି ମୈଦାନରେ ଥିବା ଏହି କମ୍ପଲେକ୍ସକୁ 26 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରିବେ । ଏହି ଭବ୍ୟ କମ୍ପଲେକ୍ସରେ ଜି20 ସମ୍ମିଳନୀ ବୈଠକ ମଧ୍ୟ ରଖାଯାଇଛି ।
123 ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ବିଶାଳ କମ୍ପଲେକ୍ସକୁ ପ୍ରଗତି ମୈଦାନ କମ୍ପଲେକ୍ସ ବୋଲି ମଧ୍ୟ କୁହାଯାଏ । ମିଟିଂ, କନଫରେନ୍ସ ଓ ପ୍ରଦର୍ଶନୀ ପରି ଜାତୀୟ ତଥା ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ପାଇଁ ଏହା ଦେଶର ସର୍ବବୃହତ୍ତ କମ୍ପଲେକ୍ସ ଭାବେ ମାନ୍ୟତା ପାଇଛି । ଏବେ ଏହାର ଆଧୁନକୀକରଣ କରାଯାଇ ଏହାର ଭିତ୍ତିଭୂମିକୁ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ବିକଶିତ କରାଯାଇଛି । 26 ତାରିଖରେ ଏହାର ଲୋକାର୍ପଣ ପରେ ଏହି କମ୍ପଲେକ୍ସରେ ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଜି20 ସମ୍ମିଳନୀର ବୈଠକ ମଧ୍ୟ ରଖାଯାଇଛି । ଲୋକାର୍ପଣ ପୂର୍ବରୁ ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଦେଖନ୍ତୁ ଭିଡିଓ