G20 Summit: ଦିଲ୍ଲୀରେ ପହଞ୍ଚିଲେ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ - ଜର୍ଜିଆ ମେଲୋନୀ
🎬 Watch Now: Feature Video
Published : Sep 8, 2023, 12:19 PM IST
ନୂଆଦିଲ୍ଲୀ: ପ୍ରଥମ ଥର ଭାରତ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଆସନ୍ତାକାଲିଠୁ ଦୁଇ ଦିନ ଯାଏଁ ସମ୍ମିଳନୀ ଚାଲିବ । ଏଥିପାଇଁ ଜଣକ ପରେ ଜଣେ ରାଷ୍ଟ୍ରମୁଖ୍ୟ ଦିଲ୍ଲୀରେ ପହଞ୍ଚୁଛନ୍ତି । ଆଜି (ଶୁକ୍ରବାର) ସକାଳେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଦିଲ୍ଲୀରେ ପହଞ୍ଚିଥିବା ବେଳେ ଏବେ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଅବତରଣ କରିଛନ୍ତି । ବିମାନ ବନ୍ଦରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶୋଭା କରଣ୍ଡଲାଜେ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ବିଦେଶୀ ପ୍ରତିନିଧିଙ୍କ ସ୍ବାଗତ ପାଇଁ ବିମାନ ବନ୍ଦର ପରିସରରେ ସାଂସ୍କୃତିକ ନୃତ୍ୟ ପରିବେଷଣ ହେଉଛି । ନୃତ୍ୟସଙ୍ଗୀତର ତାଳେ ତାଳେ ଅତିଥିମାନଙ୍କୁ ସ୍ବାଗତ କରାଯାଉଛି । ଆଜି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଦିଲ୍ଲୀରେ ପହଞ୍ଚିବେ । ଏହାପୂର୍ବରୁ ବ୍ରିଟେନ ରାଷ୍ଟ୍ରପତି ଋଷି ସୁନକ, କାନାଡା ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଆସି ପହଞ୍ଚିବେ । ଜି-୨୦ ସମ୍ମିଳନୀ ପାଇଁ ନବବଧୂ ପରି ସଜେଇ ହୋଇଛନ୍ତି ରାଜଧାନୀ । ଦେଖନ୍ତୁ ବିଦେଶୀ ଅତିଥିଙ୍କ ଆଗମନର ଦୃଶ୍ୟ
ଏହା ମଧ୍ୟ ଦେଖନ୍ତୁ: G20 summit: ଡାଇଖାଇ ଗୀତରେ ଅଣ୍ଟା ହଲାଇ ନାଚିଲେ IMF MD