ବ୍ଲାକହୋଲର ରହସ୍ୟ ଭେଦିବ ଏକ୍ସପୋସାଟ, 12 ମାସରେ 12 ମିଶନ ଆମର ଲକ୍ଷ୍ୟ କହିଲେ ସୋମନାଥ
🎬 Watch Now: Feature Video
Somanath on XPoSat Launch ହାଇଦ୍ରାବାଦ: ଇତିହାସ ରଚିଲା ଇସ୍ରୋର ଐତିହାସିକ ମିଶନ। PSLV-C58 ଜରିଆରେ ଏକ୍ସପୋସାଟ୍ ସାଟେଲାଇଟର ସଫଳ ଉତକ୍ଷେପଣ କରାଯାଇଛି । ଏହା ଭାରତର ପ୍ରଥମ ପୋଲାରିମେଟାରୀ ମିଶନ ଏକ୍ସପୋସାଟ । 9କୋଟି 50ଲକ୍ଷ ଟଙ୍କା ବ୍ୟୟରେ ଏହା ତିଆରି କରାଯାଇଥିବା ବେଳେ ଆସନ୍ତା 5 ବର୍ଷ ପାଇଁ କାର୍ଯ୍ୟ କରିବ । ତେବେ ଲଞ୍ଚ୍ ହେବା ପରେ ପ୍ରଥମ ସଫଳତା ହାତେଇଛି ଏକ୍ସପୋସାଟ୍ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ବ୍ଲାକ ହୋଲ୍ ଓ ନ୍ୟୁଟ୍ରନ୍ ଷ୍ଟାର ସଂପର୍କରେ ଅଧ୍ୟୟନ କରିବ ଏକ୍ସପୋସାଟ।
ଏହା ମଧ୍ୟ ପଢନ୍ତୁ: ଇସ୍ରୋର ଐତିହାସିକ ମିଶନ, ଉତକ୍ଷେପଣ ହେଲା ଏକ୍ସପୋସାଟ୍ ସାଟେଲାଇଟ୍
ଏନେଇ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି, "ବର୍ଷର ପ୍ରଥମ ଦିନରେ ଆମେ ସଫଳତା ପାଇଛୁ । PSLV-C58 ଜରିଆରେ ଏକ୍ସପୋସାଟ ସାଟେଲାଇଟର ଲଞ୍ଚିଂ ସଫଳ ହୋଇଛି । ଏହି ସଫଳତା ପାଇଁ ମୁଁ ପୁରା ଟିମକୁ ଶୁଭେଚ୍ଛା ଜଣାଉଛି । ସାଟେଲାଇଟ୍ରେ ପୋଲେଡ୍କୁ ନିୟୋଜିତ କରାଯାଇଥିବା ବେଳେ ବର୍ତ୍ତମାନ ଏକ୍ସପୋସେଟର ସ୍ଥିତି ମଧ୍ୟ ଠିକ୍ ରହିଛି । ଆଜି ପିଏସ୍ଏଲ୍ଭିର ଆଉ ଏକ ମିଶନ ସଫଳ ହୋଇଛି । PSLVର ଶୁଭାରମ୍ଭ ସହିତ ନୂତନ ବର୍ଷର ଆରମ୍ଭ ହୋଇଛି। ଏହା ଆମ ପାଇଁ ଏକ ରୋମାଞ୍ଚକର ସମୟ ଅଟେ । ଆଜି ବର୍ଷର ଆରମ୍ଭ ହୋଇଛି ଏବଂ ଆଗକୁ ଆହୁରି ମଧ୍ୟ ସାଟେଲାଇଟ୍ ଲଞ୍ଚ ହେବ । ଏହା ବ୍ୟତୀତ ଚଳିତବର୍ଷ ଗଗନଯାନ ମିଶନ ମଧ୍ୟ ଆରମ୍ଭ ହେବ ।"