thumbnail

By

Published : Jul 14, 2023, 7:51 PM IST

ETV Bharat / Videos

Chandrayaan-3: ମହାକାଶକୁ ଗଲା ବାହୁବଳୀ ରକେଟ, ଖୁସିରେ ଗଦ ଗଦ ଇସ୍ରୋ ବୈଜ୍ଞାନିକ

ଅମରାବତୀ: ଇତିହାସ ସୃଷ୍ଟି କରିବା ଦିଗରେ ଯାତ୍ରା ଆରମ୍ଭ କରିଛି ଭାରତ । ଚନ୍ଦ୍ରଯାନ-3 ଚନ୍ଦ୍ର ଅଭିମୁଖେ ଐତିହାସିକ ଯାତ୍ରା ଜାରି ରଖିଛି । ଆଉ 42 ଦିନ ପରେ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଅବତରଣ ପରେ ଇତିହାସ ସୃଷ୍ଟି କରିବ ଭାରତ ।  ଏହା ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ତେବେ ଚିନ୍ତା କରନ୍ତୁ ଏହି ଚନ୍ଦ୍ରଯାନ ମିଶନରେ ୟିଏ ଜଡ଼ିତ ଥିବେ ସେ କେତେ ଖୁସି ଥିବେ ? ଆଜି ସେହି ଦୃଶ୍ୟ ଦେଖିବା ପରେ ସେମାନଙ୍କ ହସ ହସ ମୁହଁ ସବୁକିଛି ବୟାନ କରିଦେଇଛି । ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ ପରେ ଦେଶବାସୀଙ୍କୁ ଉଦବୋଧନ କରିଥିଲେ ଇସ୍ରୋ ମୁଖ୍ୟ ଓ ଅନ୍ୟ ବୈଜ୍ଞାନିକ । 

ବାହୁବଳୀ GSLV Mark 3 (LVM 3) ଲଞ୍ଚ ଭେଇକିଲ ପ୍ରୋଜେକ୍ଟ ମ୍ୟାନେଜର ମୋହନ କୁମାର ଅଭିଭାଷଣ ରଖିବା ସମୟରେ ନିଜ ଖୁସିକୁ ଚାପି ରଖିପାରିନଥିଲେ। ଖୋଲା ହସରେ ତାହା ପ୍ରତିପାଦିତ ହୋଇଥିଲା । ସେହି ହସ ବୟାନ କରୁଥିଲା ଯେ ଚନ୍ଦ୍ରଯାନ-3କୁ ନେଇ ସେ କେତେ ଗର୍ବିତ। ଦୀର୍ଘ ଦିନ ଧରି ତାଙ୍କ ଅକ୍ଳାନ୍ତ ପରିଶ୍ରମ ଆଜି ସଫଳ ହୋଇଛି। ବାହୁବଳୀ ରକେଟ 3900କେଜି ଓଜନ ବିଶିଷ୍ଟ ଚନ୍ଦ୍ରଯାନ ସ୍ପେଶକ୍ରାଫ୍ଟକୁ ଲଞ୍ଚ କରିବାରେ ସଫଳ ହୋଇଛି।  ତେବେ ଇସ୍ରୋ ମୁଖ୍ୟ ଏସ ସୋମନାଥ ଓ ମୋହନ କୁମାରଙ୍କ ସେଲିବ୍ରେସନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.