ନାତି ମାରିଲା ଡବଲ ସେଞ୍ଚୁରୀ, ଖୁସିରେ ମିଠା ବାଣ୍ଚିଲେ ଜେଜେମା

By

Published : Dec 10, 2022, 10:34 PM IST

Updated : Feb 3, 2023, 8:35 PM IST

thumbnail
ବିହାର: ନାତିର ଦ୍ୱିଶତକ ଖୁସିରେ ମିଠା ବାଣ୍ଟିଲେ ଇଶାନ କିଶାନଙ୍କ ଜେଜେମା । ବାଂଲଦେଶ ବିପକ୍ଷ ତୃତୀୟ ଦିନିକିଆରେ ଏହି ବାମ ହାତି ବ୍ୟାଟର ଦ୍ରୁତତମ ଦ୍ବିଶତକ ହାସଲ କରିଛନ୍ତି । ଇଶାନ କିଶାନଙ୍କ ଜେଜେମା ସାବିତ୍ରୀ ଶର୍ମା କହିଛନ୍ତ, "ଯେଉଁ ଦିନ କିଶାନ ଭାରତୀୟ କ୍ରିକେଟ ଟିମରେ ଚୟନ ହୋଇଥିଲା ସେଦିନ ଆମେ ବହୁତ ଖୁସି ହୋଇଥିଲୁ । ଆଜି ସେ ଦ୍ବିଶତକ ହାସଲ କରିଛି । ଏନେଇ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ସେ ଆଗକୁ ଆହୁରି ଭଲ ଖେଳୁ ଏହା ହିଁ ମୋର ତା ପ୍ରତି ଆଶୀର୍ବାଦ ।" ମାତ୍ର ୧୨୬ ବଲରେ ଇଶାନ କିଶାନ ନିଜର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି । ସେ ୧୩୧ ବଲରୁ ୨୪ ଚୌକା ଓ ୧୦ ଟି ଛକା ସହିତ ସହିତ ୨୧୦ ରନର ପାଳି ଖେଳିଥିଲେ । ଇଟିଭି ଭାରତ, ବିହାର
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.