thumbnail

By

Published : May 19, 2023, 1:07 PM IST

ETV Bharat / Videos

ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି, ଶ୍ରମିକଙ୍କ ନାମରେ ଟଙ୍କା ଉଠାଇଛନ୍ତି GRS

ନୂଆପଡା: ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ରାସ୍ତା କାମ ନହୋଇ ଶ୍ରମିକଙ୍କ ନାମରେ ଟଙ୍କା ଉଠାଇଛନ୍ତି ଜିଆରଏସ ଅଧିକାରୀ । 7 ଜଣ ଶ୍ରମିକଙ୍କ ନାମରେ ଟଙ୍କା ଉଠାଣ କରି ଆତ୍ମସାତ କରିଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ । ସୁନାପୁର ଗ୍ରାମପଞ୍ଚାୟତ ଏପରି ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି କେସରାଜପୁର ୱାର୍ଡ ମେମ୍ବର ଗ୍ରାମର ଶ୍ରମିକ ଏବଂ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ଆବାହକ ଯଦୁମଣି ପାଣିଗ୍ରାହୀ । ଏହି ଘଟଣା ସାମ୍ନାକୁ ଆସିବା ପରେ ତରବରିଆ ଭାବେ ଟ୍ରାକ୍ଟର, ଜେସିବି ମେସିନ ଲଗାଇ ରାସ୍ତା କାମ ଆରମ୍ଭ ହୋଇଛି । ଯାହା ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି । 

ସୁନାପୁର ଗ୍ରାମ ପଞ୍ଚାୟତ ସ୍ଥିତ କେସରାଜପୁର ଠାରୁ ବନୁଆ ପଡାକୁ  ଥିବା ରାସ୍ତାର ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ 9 ଲକ୍ଷ 90 ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ରାସ୍ତା କାମ ଆରମ୍ଭ ନ ହୋଇ ମିଥ୍ୟା ମାଷ୍ଟର ରୋଲ ବାହାରକରି ଶ୍ରମିକ ନାମରେ ଟଙ୍କା ଉଠାଣ କରିଛନ୍ତି ଡିଆିଏସ ଅଧିକାରୀ। 7 ଜଣ ଶ୍ରମିକଙ୍କ ନାମରେ ଟଙ୍କା ଉଠାଣ କରି ଆତ୍ମସାତ କରିଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ । ଏହି ଘଟଣା ସମ୍ପର୍କରେ ସତ୍ୟା ସତ୍ୟ ଜାଣିବା ପାଇଁ ଶ୍ରମିକ ମାନଙ୍କ ସହିତ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ଆବାହକ ଯଦୁମଣି ପାଣିଗ୍ରାହୀ ପହଞ୍ଚି ଥିଲେ କେସରାଜପୁର ଗାଁରେ । ଘଟଣା ସମ୍ପର୍କରେ ଜାଣିବା ପରେ ବୋଡେ଼ନ ବିଡିଓଙ୍କୁ ଅଭିଯୋଗ କରିବା ପାଇଁ ଶ୍ରମିକ ନେତା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । କିନ୍ତୁ ଅଭିଯୋଗ ଶୁଣିବାକୁ ନାରାଜ ବୋଡେ଼ନ ବିଡିଓ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରମିକ । 

ଇଟିଭି ଭାରତ, ନୂଆପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.