ରାଉରକେଲାରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ, ସମାଜର ମୁଖ୍ୟସ୍ରୋତରେ ଦିବ୍ୟାଙ୍ଗଙ୍କୁ ଯୋଡିବାକୁ ପ୍ରୟାସ - ଭିନ୍ନକ୍ଷମ ସଶକ୍ତୀକରଣ
🎬 Watch Now: Feature Video


Published : Dec 3, 2023, 5:06 PM IST
ରାଉରକେଲା: ଆଜି ହେଉଛି ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ । ଏହି ଦିବ୍ୟାଙ୍ଗ ଦିବସକୁ ପାଳନ କରୁଛି ସମଗ୍ର ଦେଶ । ପ୍ରତିବର୍ଷ ଡିସେମ୍ବର ୩ କୁ ଦିବ୍ୟାଙ୍ଗ ଦିବସ ଭାବେ ପାଳନ କରାଯାଇଥାଏ । ଆଜି ରାଉରକେଲା ସହରରେ ମଧ୍ୟ ଏହି ଦିବ୍ୟାଙ୍ଗ ଦିବସ ଧୁମଧାମରେ ପାଳନ କରାଯାଇଛି । ତେବେ ଆଶାଦୀପ ଦିବ୍ୟାଙ୍ଗ ସ୍କୁଲ ଏବଂ ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର ପକ୍ଷରୁ ଏକ ରାଲି କରାଯାଇଥିଲା । ଏହି ରାଳିରେ ରାଉରକେଲା ସହରର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଦିବ୍ୟାଙ୍ଗ ମାନେ ଆସି ଯୋଗ ଦେଇଥିଲେ । ତେବେ ସମସ୍ତ ସାମାଜିକ ସଂଗଠନ ଏବଂ ବୁଦ୍ଧିଜୀବୀ ମାନେ ଆସି ଏହି ଦିବ୍ୟାଙ୍ଗ ମାନଙ୍କ ରାଲିରେ ଯୋଗ ଦେଇଥିଲେ । ତେବେ ସମସ୍ତ ଦିବ୍ୟାଙ୍ଗ ମାନେ ଏକାଠି ହୋଇ ଆସି ଛେଣ୍ଡ ଥାନା ନିକଟରୁ ଏହି ରାଲି ବାହାରି ସେକ୍ଟର ୯ ପର୍ଯ୍ୟନ୍ତ ଯାଇଥିଲା । ତେବେ ସେକ୍ଟର ୯ରେ ଯାଇ ସମସ୍ତ ଦିବ୍ୟାଙ୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତେବେ ସମାଜର ମୁଖ୍ୟ ସ୍ରୋତରେ ଭିନ୍ନକ୍ଷମଙ୍କୁ ସାମିଲ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ... ରାଉରକେଲାରେ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ
ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦିବ୍ୟାଙ୍ଗଙ୍କୁ ସଶକ୍ତ କରିବା, ସେମାନଙ୍କ ମୌଳିକ ଅଧିକାର ପାଇଁ ସଚେତନ କରିବା ଏବଂ ସେମାନଙ୍କ ସ୍ଥିତିକୁ ସମାଜରେ ପ୍ରତିଷ୍ଠା କରିବା ପାଇଁ ପ୍ରତିବର୍ଷ ଏହା କରାଯାଏ । ତେବେ ଜାତିସଂଘ ଅନୁସାରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ’ ଭାବରେ ପାଳନ କରାଯାଉଛି । ଅନ୍ୟପକ୍ଷରେ ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ, ସମର୍ଥନ ଦେବା ଓ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଦିବ୍ୟାଙ୍ଗ ମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ବହୁ ଦିବ୍ୟାଙ୍ଗ ମାନେ ଏହାର ଲାଭ ପାଉଥିବା ବେଳେ ଅନେକ ଦିବ୍ୟାଙ୍ଗ ମାନେ ଏହାର ଲାଭ ପାଇ ପାରୁନାହାନ୍ତି । ଆହୁରି ମଧ୍ୟ ଜନ୍ମଗତ ହେଉ କିମ୍ବା ଦୁର୍ଘଟଣା ଜନିତ ହେଉ ଦିବ୍ୟାଙ୍ଗ ମାନଙ୍କୁ ସାମାଜିକ ନ୍ୟାୟ ଓ ସମାନତା ପ୍ରଦାନ ସହ ସେମାନଙ୍କର ବିକାଶ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି । ତେବେ ଭିନ୍ନକ୍ଷମ ହେଲେ ମଧ୍ୟ ସକ୍ଷମ ଅଛନ୍ତି ଭିନ୍ନକ୍ଷମ । ରାଉରକେଲା ସହରର ଏହି ଭିନ୍ନକ୍ଷମ ରାଲି ରେ ରାଉରକେଲା ରାଉରକେଲା ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ ।
ଇଟିଭି ଭାରତ, ରାଉରକେଲା