କଳାହାଣ୍ଡିରେ ଆଦିବାସୀ ଦିବସ ପାଳନ, ଲାଗିଲା ‘ଜଙ୍ଗଲ ଜମି ଉପରେ କେବଳ ଆଦିବାସୀଙ୍କ ହକ୍’ ନାରା - ବିଶ୍ଵ ଆଦିବାସୀ ଦିବସ
🎬 Watch Now: Feature Video
ଭବାନୀପାଟଣା: ଆଜି ବିଶ୍ଵ ଆଦିବାସୀ ଦିବସ । ଏହି ଦିବସ ପାଳନ କରି ଆଦିବାସୀଙ୍କ ହକ ଓ ନ୍ୟାୟ ପାଇଁ ଏକଜୁଟ ହୋଇଛନ୍ତି କଳାହାଣ୍ଡି ଆଦିବାସୀ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କଦମଗୁଡ଼ାଠାରୁ ଶତାଧିକ ଆଦିବାସୀ ସାମିଲ ହୋଇ ଶୋଭାଯାତ୍ରା ଓ ପରେ ସଭାକାର୍ଯ୍ୟ କରିଥିଲେ । ନିୟମଗିରି ସୁରକ୍ଷା ସମିତି ଓ ଖଣ୍ଡୁଆଲମାଳି ସୁରକ୍ଷା ସମିର ପକ୍ଷରୁ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଥିଲା । ଏହି ମେଳିରେ ଆଦିବାସୀ ନିଜ ହକ୍ ଦାବି କରିଥିଲେ । ଜଙ୍ଗଲ ଜମି ଉପରେ କେବଳ ଆଦିବାସୀଙ୍କ ହକ୍ ରହିଛି ଏବଂ ସରକାର ଖଣି ଖନନ କାର୍ଯ୍ୟକୁ ବିରୋଧ କରିଛନ୍ତି ଆଦିବାସୀ । ଜୀବନ ଥିବା ପର୍ଯ୍ୟନ୍ତ କୌଣସି କମ୍ପାନୀକୁ ଖଣି ଖନନ କରାଇ ନଦେବା ସହ ନିୟମଗିରି ଓ ଖଣ୍ଡୁଆଲମାଳି ସୁରକ୍ଷା କରିବୁ ବୋଲି ବଜ୍ର ଶପଥ ନେଇଛନ୍ତି ଆଦିବାସୀ । ଭବାନୀପାଟଣାଠାରେ ଶତାଧିକ ଅଦିବାସୀ ଏକତ୍ରିତ ହୋଇ ଶହୀଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଆଦିବାସୀ ଦିବସ ପାଳନ କରିଥିଲେ । ଏହାସହ ଓଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କଳାହାଣ୍ତି ପାଇଁ ଗର୍ବ ଆଣିଥିବା ଆଦିବାସୀ ଯୁବକ ସନାତନ ମାଝୀଙ୍କୁ ସମ୍ବୋଧିତ କରାଯାଇଥିଲା ।
ଇଟିଭି ଭାରତ, କଳାହାଣ୍ତି