International Yoga Day: ଯୋଗ ଦିବସ ପାଳିଲା ଭାରତୀୟ ହ୍ବିଇଲ ଚେୟାର କ୍ରିକେଟ ଟିମ - ଅନ୍ତର୍ଜାତୀୟ ଯୋଗ ଦିବସ
🎬 Watch Now: Feature Video
ରାୟପୁର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ବିଶ୍ବର କୋଣ ଅନୁକୋଣରେ ଯୋଗ ଦିବସ ପାଳିତ ହୋଇଛି । ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରୁ ଆରମ୍ଭ କରି ବିଭିନ୍ନ ଦେଶର ରାଜଧାନୀ ସମେତ ଦେଶବ୍ୟାପୀ ଆଜି ଯୋଗ ଦିବସ ପାଳନ କରାଯାଇଛି । ଭାରତୀୟ ପ୍ରାଚୀନ ପରମ୍ପରାର ଏହି ଅଭିନ୍ନ କଳାକୁ ଆଜି ବିଶ୍ବ ସମୁଦାୟ ମଧ୍ୟ ଗ୍ରହଣ କରିଛି । ଏହି ଅବସରରେ ଭାରତୀୟ ହ୍ୱିଇଲ ଚେୟାର କ୍ରିକେଟ୍ ଟିମ ମଧ୍ୟ ଯୋଗ ଦିବସ ପାଳିଛି । ରାୟପୁରରେ ଟିମର ସମସ୍ତ ସଦସ୍ୟ ଏକ ସମୂହ କାର୍ଯ୍ୟକ୍ରମରେ ଯୋଗ ଅଭ୍ୟାସ କରିଛନ୍ତି । ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଓ ନିରାମୟ ରହିବା ସହ ଆତ୍ମନିର୍ଭରତାର ବାର୍ତ୍ତା ମଧ୍ୟ ବାଣ୍ଟିଛନ୍ତିି ଏହି ଖେଳାଳିମାନେ । କେବଳ ଛତିଶଗଡର ନୁହେଁ ବରଂ ମହାରାଷ୍ଟ୍ର, ଗୁଜୁରାଟ, ଆନ୍ଧ୍ରପ୍ରଦେଶ ଭଳି ଅନ୍ୟ ରାଜ୍ୟର ହ୍ବିଲ ଚେୟାର ଖେଳାଳିମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ । ଯୋଗ କରିବା ପରେ ସେମାନେ କ’ଣ କହୁଛନ୍ତି ଆସନ୍ତୁ ଶୁଣିବା...