ହାଇଦ୍ରାବାଦ: 'ବର୍ଡର ୨' ଘୋଷଣା ହେବା ଦିନ ଠାରୁ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଛି । ପ୍ରାୟ 29 ବର୍ଷ ପରେ ଜେପି ଦତ୍ତାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବର୍ଡର' ଫିଲ୍ମର ସିକ୍ୱେଲ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଗତ ବର୍ଷ 'ବର୍ଡର ୨' ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କାଷ୍ଟିଂ କାଉଚ ଶେଷ ହେବା ପରେ ନିର୍ମାତା ଏବଂ ନିର୍ଦ୍ଦେଶକମାନେ ମଧ୍ୟ ସିକ୍ୱେଲ ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ମଙ୍ଗଳବାର ପ୍ରଶଂସକଙ୍କ ଉତ୍ସାହ ବଢାଇବାକୁ ନିର୍ମାତାମାନେ 'ବର୍ଡର ୨' ର ସେଟରୁ ପ୍ରଥମ ଫଟୋ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରାଯାଇଛି ।
Action, legacy, and patriotism! #SunnyDeol on the sets of #Border2 in the rugged cantonment of Jhansi, alongside #VarunDhawan, Producer #BhushanKumar, #NidhiDutta, co-producer #ShivChanana, #BinoyGandhi, & director #AnuragSingh 🎥
— T-Series (@TSeries) February 18, 2025
January 23, 2026—gear up for a saga of valor and… pic.twitter.com/YWmeFbIAzx
ସେଟରୁ ଆସିଲା ସନ୍ନି-ବରୁଣଙ୍କ ଫଟୋ
'ବର୍ଡର 2' ର କାଷ୍ଟିଂ ସୁଟିଂ ପାଇଁ ଝାନ୍ସିରେ ପହଞ୍ଚିଛି । ଫିଲ୍ମର ସେଟ୍ର ପ୍ରଥମ ଫଟୋ ମଧ୍ୟ ରିଲିଜ ହୋଇଛି । ଫେବୃଆରୀ 18, 2025 ରେ, ଟି-ସିରିଜ ଓ ବରୁଣ ଧୱନ ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ 'ବର୍ଡର 2'ର ସେଟରୁ ପ୍ରଥମ ଫଟୋ ସେୟାର କରିଥିଲା । ଫଟୋରେ ସନ୍ନି ଦେଓଲ ଏବଂ ବରୁଣ ଧୱନ ଏକ ସେନା ଟାଙ୍କି ଉପରେ ବସିଛନ୍ତି ଏବଂ ଫିଲ୍ମର ବାକି ଟିମ୍ ସେମାନଙ୍କ ସହ ନଜର ଆସିଛନ୍ତି । ସନ୍ନି ଏବଂ ବରୁଣଙ୍କ ଆର୍ମି ଲୁକ ଦେଖିବାକୁ ମିଳିଛି । ଅନ୍ୟ ଫଟୋରେ ସନ୍ନି ଏବଂ ବରୁଣଙ୍କ ବ୍ୟତୀତ 'ବର୍ଡର ୨' ନିର୍ଦ୍ଦେଶକ ଅନୁରାଗ ସିଂ, ନିର୍ମାତା ଭୂଷଣ କୁମାର, ନିଧି ଦତ୍ତା ଏବଂ ସହ-ନିର୍ମାତା ଶିବ ଚାନ୍ନା ଏବଂ ବିନୋ ଗାନ୍ଧୀ ମଧ୍ୟ ପୋଜ୍ କରୁଥିବା ନଜର ଆସିଛନ୍ତି ।
ଏହି ଦିନ ରିଲିଜ
ସେଟରୁ ଫଟୋ ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, "ଆକ୍ସନ, ଐତିହ୍ୟ ଏବଂ ଦେଶପ୍ରେମ । ଝାନ୍ସିର ଦୁର୍ଗମ କ୍ୟାଣ୍ଟନମେଣ୍ଟରେ ବର୍ଡର 2 ର ସେଟରେ ସନ୍ନି ଦେଓଲ, ବରୁଣ ଧୱନ, ନିର୍ମାତା ଭୂଷଣ କୁମାର, ନିଧି ଦତ୍ତା, ସହ-ନିର୍ମାତା ଶିବଚାନ, ବିନୋୟଗାନ୍ଧୀ ଏବଂ ନିର୍ଦ୍ଦେଶକ ଅନୁରାଗ ସିଂ ଙ୍କ ସହ ସୁଟିଂ । ଜାନୁଆରୀ ୨୩, ୨୦୨୬ରେ ବୀରତ୍ୱ ଏବଂ ବଳିଦାନର ଏକ ଗାଥା ପାଇଁ ପ୍ରସ୍ତୁତ ହୁଅ ।"
ଏହା ମଧ୍ୟ ପଢନ୍ତୁ: 'ବର୍ଡର 2'ରେ ବରୁଣ ଧୱନଙ୍କ ଏଣ୍ଟ୍ରି, ସନ୍ନି ଦେଓଲଙ୍କ ସହ ପ୍ରଥମ ଥର ପାଇଁ ସେନା ଭୂମିକାରେ ଆସିବେ ନଜର
କହିରଖୁଛୁ କି, 'ବର୍ଡର' ୧୩ ଜୁନ ୧୯୯୭ରେ ମୁକ୍ତିଲାଭ କରିଥିଲା ଏବଂ ୨୭ ବର୍ଷ ପରେ, ୧୩ ଜୁନ ୨୦୨୪ରେ ଅର୍ଥାତ ସମାନ ତାରିଖରେ 'ବର୍ଡର ୨' ଘୋଷଣା କରାଯାଇଥିଲା । 'ବର୍ଡର' ବକ୍ସ ଅଫିସରେ ଧମାଲ କରିଥିଲା । ଏହି ଫିଲ୍ମରେ ସନ୍ନି ଦେଓଲ ଭାରତୀୟ ସେନା ବାହିନୀର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ ଖୁବ ସୁନ୍ଦର ଅଭିନୟ କରିଥିଲେ । ଫିଲ୍ମରେ ସନ୍ନିଙ୍କ ସହିତ ସୁନୀଲ ସେଟ୍ଟୀ ଓ ଜ୍ୟାକି ଶ୍ରଫ, ପୁନୀତ ଇସର ଓ ଅକ୍ଷୟ ଖନ୍ନାଙ୍କ ସମେତ ବହୁ ନାମିଦାମି ଷ୍ଟାର ଅଭିନୟ କରିଥିଲେ । ଏହି ହିନ୍ଦୀ ଭାଷୀ ଫିଲ୍ମଟି ବଲିଉଡ ଜଗତରେ ଏକ ଐତିହାସିକ ଫିଲ୍ମ ହୋଇ ରହିଛି । ଦର୍ଶକ ଏହି କାହାଣୀ ଓ ଫିଲ୍ମରେ ଦର୍ଶାଯାଇଥିବା ଭାରତୀୟ ସେନାଙ୍କ ସଂଘର୍ଷର କାହାଣୀ ଦେଖିଥିଲେ । ତେବେ ପୁଣି ଦର୍ଶକ ଭାରତୀୟ ସେନାଙ୍କ କାହାଣୀ ଦେଖିବାକୁ ପ୍ରସ୍ତୁତ । 'ବର୍ଡର 2' ଭୂଷଣ କୁମାର, କୃଷ୍ଣ କୁମାର, ଜେପି ଦତ୍ତା ଏବଂ ନିଧି ଦତ୍ତ ନିର୍ମାଣ କରୁଛନ୍ତି । ଅନୁରାଗ ସିଂ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ