thumbnail

ନବବର୍ଷ ୨୦୨୪; ଆଲୋକମାଳାରେ ଝଲସୁଛି ସ୍ମାରକୀ, ସରକାରୀ ଅଟ୍ଟାଳିକା

By ETV Bharat Odisha Team

Published : Dec 31, 2023, 10:10 PM IST

New Year 2024 evening: ଆଉ କିଛି ଘଣ୍ଟାର ଅପେକ୍ଷା । ବିଦାୟ ନେବ ବର୍ଷ ୨୦୨୩ । ବିଶ୍ବର ଅନେକ ଦେଶ ୨୦୨୩କୁ ଅଲବିଦା କହି ନବବର୍ଷ ୨୦୨୪କୁ ସ୍ବାଗତ କରିସାରିଲାଣି । ଭାରତ ଆଉ କିଛି ଘଣ୍ଟା ପରେ ନୂତନ ବର୍ଷରେ ପାଦ ଥାପିବ । ଏ ନେଇ ସଜେଇ ହୋଇଛି ସାରା ଦେଶ । ନୂଆବର୍ଷର ସଂଧ୍ୟାକୁ ସ୍ମରଣୀୟ କରିବା ଲାଗି ଦେଶର ପ୍ରମୁଖ ଅଟ୍ଟାଳିକା, ସ୍ମାରକୀ ରଙ୍ଗ ବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ହୋଇଛି । ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍‌ଠୁ ଆରମ୍ଭ କରି ରାଷ୍ଟ୍ରପତି ଭବନ, ସଂସଦ ଏବଂ ଦେଶର ଅନ୍ୟ ପ୍ରାନ୍ତରେ ଥିବା ସରକାରୀ ଅଟ୍ଟାଳିକାଗୁଡ଼ିକ ମଧ୍ୟ ଆଲୋକମାଳାରେ ଆଲୋକିତ ହୋଇଉଠିଛି । ଯାହାକି ନୂଆବର୍ଷ ସନ୍ଧ୍ୟାକୁ ଆହୁରି ରଙ୍ଗୀନ କରିଛି । ଦେଖନ୍ତୁ ଦୃଶ୍ୟ

ଏହା ବି ପଢନ୍ତୁ- ନୂଆବର୍ଷ ୨୦୨୪କୁ ସ୍ବାଗତ କଲା ନ୍ୟୁଜିଲାଣ୍ଡ, ଆତସବାଜିରେ ଝଲସିଲା ଅକଲାଣ୍ଡ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.