ଚିତ୍ରୋତ୍ପଳା ଭଦାଳ ଗାଁ ନିକଟରେ ଘଳିଆ, ପ୍ରଶାସନକୁ ଦାୟୀ କଲେ ଲୋକେ - ଭଦାଳ ଗାଁ ଲୋକେ ପ୍ରଭାବିତ
🎬 Watch Now: Feature Video
କେନ୍ଦ୍ରାପଡ଼ା: ଜିଲ୍ଲା ଗରଦପୁର ବ୍ଲକ ଚିତ୍ରୋତ୍ପଳା ନଦୀ ଦକ୍ଷିଣ ପାର୍ଶ୍ଵ ଭଦାଳ ଗାଁ ନିକଟରେ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି । କେନାଲ୍ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବା ବେଳେ ଗାର୍ଡଓ୍ବାଲ ନିର୍ମାଣ ହୋଇନାହିଁ । କେନାଲରେ ପାଣିଆସିବା ଯୋଗୁଁ ଏହି ଘାଇ ସୃଷ୍ଟି ହୋଇଛି । ଗ୍ରାମର ଯୁବକମାନେ ବାଲିବସ୍ତା ଏବଂ ବହ୍ଲା ଦ୍ବାରା ଘାଇ ବନ୍ଦ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ନେଇ ଲୋକେ ଅଭିଯୋଗ ଆଣିଛନ୍ତି । ଅପରପକ୍ଷରେ ଗାଁରେ ମାଇକ୍ ଲଗାଇ ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଯିବାପାଇଁ ସଚେତନ କରାଯାଉଥିବା ଦେଖାଯାଇଛି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା
Last Updated : Feb 3, 2023, 8:26 PM IST