ସରିଲା ଗଜଲକ୍ଷ୍ମୀ ପୂଜା, ଆଜି ମେଲାଣି ନେବେ ମା' - ଆଜି ମେଲାଣି ନେବେ ମା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/08-11-2023/640-480-19973050-thumbnail-16x9-bvfbd.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 8, 2023, 1:14 PM IST
ଅନୁଗୋଳ: ସରିଛି ଅନୁଗୋଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । କୁମାର ପୂର୍ଣ୍ଣିମାଠାରୁ ଚାଲିଥିବା ଗଜଲକ୍ଷ୍ମୀ ପୂଜାର ଆଜି ଭସାଣି ଉତ୍ସବ। ମା ଧନଦାତ୍ରୀଙ୍କୁ ଅନୁଗୋଳ ସହର ମଧ୍ୟରେ କିଏ ଗଜଲକ୍ଷ୍ମୀ, କିଏ ଧନଲକ୍ଷ୍ମୀ କିଏ ଲକ୍ଷ୍ମୀ ନାରାୟଣ କିଏ ପଦ୍ମଳୟା ବେଶରେ ପୂଜା କରିଥିଲେ । ଏନେଇ ପୁରା ସହର ଆଲୋକ ମାଳରେ ଝଲସି ଉଠିଥିଲା । ଆକାଶ ମାର୍ଗରୁ ଅନୁଗୋଳକୁ ଦେଖିଲେ ସତେ ଯେମିତି ଝଲସୁ ଥିଲା ଶିଳ୍ପ ନଗରୀ । ମୀନା ବଜାର ଦୋଳି ସାଙ୍ଗକୁ ଭଳିକି ଭଳି ଦୋକାନ, ଘରକରଣା ଦୋକାନ ସବୁ ପଡ଼ିଥିଲା ଏହି ପୂଜା ବଜାରରେ । ପ୍ରତ୍ୟେକ ଦିନ ଅଧିକାଂଶ ପୂଜା ମଣ୍ଡପରେ ଆୟୋଜିତ ହୋଇଥିଲା ସଂସ୍କୃତିକ କଯ୍ୟକ୍ରମ। ଯାହାର ମଜା ନେଇଥିଲେ ଲୋକେ। ସକାଳ ଠାରୁ ବିଳମ୍ବିତ ରାତି ଯାଏଁ ସହର ସାରା ଲାଗି ରହୁଥିଲା ଲୋକଙ୍କ ଭିଡ଼ । ପୂଜା ବୁଲା ସହ ଘରକରଣା ଜିନିଷ କିଣା ଓ ଦୋଳି ଖେଳର ମଜା ନେଇଥିଲେ ଜିଲ୍ଲାବାସୀ । ତେବେ ଆଜି ହେବ ମା'ଙ୍କ ଭସାଣି ଉତ୍ସବ ।
ଏହା ମଧ୍ୟ ପଢ଼ନ୍ତୁ- ଢେଙ୍କାନାଳରେ ଧନଦାତ୍ରୀଙ୍କୁ ମେଲାଣି, ମିଳିତ ଭସାଣି ଉତ୍ସବରେ ୨୭ ମେଢ଼ ସାମିଲ
ଇଟିଭି ଭାରତ, ଅନୁଗୋଳ