ଛାତ ଉପରେ ଯାଇଥିବା 11Kv ବିଦ୍ୟୁତ ତାରରେ ଲାଗିଗଲା ଷ୍ଟିଲ ରେଲିଂ, ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର - ୧୧ କେଭି ବିଦ୍ୟୁତ ତାର

🎬 Watch Now: Feature Video

thumbnail

By

Published : Aug 11, 2023, 5:52 PM IST

ସୁବର୍ଣ୍ଣପୁର: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡାବାହଲରେ ଗାଁରେ । ମୃତକଜଣକ ହେଲେ ଗଣ୍ଡାବାହାଲ ଗାଁର 50 ବର୍ଷୀୟ ବାଲ୍ମିକୀ ପୁରୋହିତ ଓ ଗୁରୁତର ଜଣକ ହେଲେ ତାଙ୍କ ପତ୍ନୀ 45 ବର୍ଷୀୟ ସୁବାଷିନୀ ପୁରୋହିତ । ଗଣ୍ଡାବାହଲ ସ୍ଥିତ ତାଙ୍କ ଘରର ଛାତ ଉପରକୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଷ୍ଟିଲ ରେଲିଙ୍ଗ ନେଇ ଯାଉଥିବା ବେଳେ ତାଙ୍କ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଷ୍ଟିଲ ରେଲିଂ ଆସି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଲ୍ମକୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଭାବେ ପୋଡି ଯାଇଥିବା ପୋଲିସ ସୂଚନା ଦେଇଛନ୍ତି । 

ଗୁରୁତର ସୁବାଷିନୀଙ୍କୁ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରୁ ଉଦ୍ଧାର କରି ଉଲୁଣ୍ଡା ମେଡିକାଲରେ ଭର୍ତ୍ତି କରିଛି । ସେପଟେ ଖବର ପାଇ ଉଲୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପାଖ ପଡୋଶୀ ଓ ସ୍ଥାନୀୟ ଲୋକେ ଏହି ଅଭାବନୀୟ ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି । ଜନବସତିରେ ଖୋଲା ହୋଇ ରହିଥିବା ଏହି ହାଇ ଭୋଲଟେଜ ବିଦ୍ୟୁତ ତାରକୁ ବଦଳାଇ କେବୁଲ ଟାଣିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.