ନୂଆବର୍ଷ ୨୦୨୪: ବାବା ରାମେଶ୍ୱରଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ
🎬 Watch Now: Feature Video
Published : Jan 1, 2024, 1:04 PM IST
New Year: ସୁବର୍ଣ୍ଣପୁର: ଆସିଛି ନୂଆ ବର୍ଷ । ଆରମ୍ଭ ହୋଇଛି ବର୍ଷ ୨୦୨୪ । ନୂଆ ବର୍ଷକୁ ନେଇ ସବୁଠି ଉତ୍ସାହର ମାହୋଲ । ତେବେ ଏନେଇ ଆଧ୍ୟାତ୍ମିକ ତନ୍ତ୍ର ପୀଠ ସୁବର୍ଣ୍ଣପୁରରେ ଆଜି ଜନସାଧାରଣ ପ୍ରାତଃରେ ଦେବାଦେବୀଙ୍କ ଦର୍ଶନ କରି ନୂଆବର୍ଷର ପ୍ରଥମ ଦିନ ଆରମ୍ଭ କରିଛନ୍ତି । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ତେଲନଦୀ ,ମହାନଦୀ ଓ କର୍ପୁର ନଦୀର ତ୍ରିବେଣୀ ସଙ୍ଗମରେ ସ୍ନାନ କରି ବାବା ରାମେଶ୍ୱରଙ୍କ ଦର୍ଶନ କରି ଦିନର ଆରମ୍ଭ କରିଥାନ୍ତି । ତେବେ ଆଜି ଇଂରାଜୀ ନବବର୍ଷର ପହିଲି ସୂର୍ଯ୍ୟୋଦୟର ଅନୁଭବ ନେବାକୁ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ଶୈବ ,ଶାକ୍ତ ,ବୈଷ୍ଣବ ,ନାଥ ଓ ମହିମା ଧର୍ମର ମିଳନସ୍ଥଳୀ ଭାବେ ପରିଚିତ ଏହି ମାଟିର ମଣିଷ ଆଜି ବର୍ଷର ପ୍ରଥମ ଦିନରେ ଇଷ୍ଟଦେବୀ ମା ସୁରେଶ୍ୱରୀ ଏବଂ ବାବା ରାମେଶ୍ୱରଙ୍କ ପ୍ରାତଃ ଆରତୀ ଓ ବିଭୂ ଦର୍ଶନ କରିଛନ୍ତି । ଆଜି ସକାଳୁ ସକାଳୁ ଦେବଦେବୀଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ନବ ବର୍ଷ ସୁଖମୟ ଓ ଶାନ୍ତି ପ୍ରଦାୟକ ହେଉ ବୋଲି ଶ୍ରଦ୍ଧାଳୁମାନେ ଦେବଦେବୀଙ୍କ ଆଶିଷ ଭିକ୍ଷା କରିଥିଲେ । ଏହି ଆଧ୍ୟାତ୍ମିକ ସହରରେ ଧର୍ମ ବିଶ୍ୱାସୀ ଜନସାଧାରଣ ଦେବୀ ମା' ସୁରେଶ୍ୱରୀ ଓ ବାବା ସୁବର୍ଣ୍ଣମେରୁଙ୍କ ଦର୍ଶନ କରି ନୂତନ ଇଂରାଜୀ ନବବର୍ଷ 2024କୁ ସ୍ୱାଗତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ଆସିଛି ନୂଆବର୍ଷ, ଜିରୋ ନାଇଟରେ ଝୁମିଲେ ରାଉରକେଲାବାସୀ
ଇଟିଭି ଭାରତ, ସୁବର୍ଣ୍ଣପୁର