WATCH: ଶ୍ରୀକାକୁଲମ ନିକଟ ବିଚ୍‌ରେ ଲାଗିଲା ବିରାଟକାୟ ତିମି ମୃତଦେହ

🎬 Watch Now: Feature Video

thumbnail

By

Published : Jul 28, 2023, 8:27 PM IST

ଅମରାବତୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ଜାରି ରହିଛି ପ୍ରବଳ ବର୍ଷା । ଲଘୁଚାପ ଯୋଗୁଁ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି । ଏହାରି ମଧ୍ୟରେ ଶ୍ରୀକାକୁଲମ ଜିଲ୍ଲା ମେଘାବରମ-ମରୁବେଦା ସମୁଦ୍ରକୂଳରେ ଏକ ବିରାଟ ବଡ଼ ତିମି ମାଛ ଠାବ ହୋଇଛି । ଏହାର ଲମ୍ବା ୨୪ ଫୁଟ ଥିବା ବେଳେ ଓଜନ ପ୍ରାୟ ସାଢେ ୩ ଟନ୍‌ ହେବ ବୋଲି କୁହାଯାଉଛି । ତେବେ ସମୁଦ୍ର କୂଳରେ ଠାବ ହୋଇଥିବା ଏହି ତିମିର ମୃତ୍ୟୁ ଘଟିଥିବା ମତ୍ସଜୀବୀମାନେ କହିଛନ୍ତି । ଏହି ବିରାଟ କାୟ ତିମି ମାଛକୁ ଦେଖିବା ଲାଗି ଆଖାପାଖରୁ ଅନେକ ଲୋକ ସମୁଦ୍ର କୂଳ ଆଡ଼କୁ ଧାଇଁଛନ୍ତି । ତେବେ ସମୁଦ୍ର ଅଶାନ୍ତ ଥିବାବେଳେ ବଡ଼ ବଡ଼ ଜୁଆର ମଧ୍ୟ ଆସୁଛି । ତେବେ ଏଥିଲାଗି ତିମିର ମୃତ୍ୟୁ ଘଟିଥାଇପାରେ ବୋଲି ମତ୍ସ୍ୟଜୀବୀମାନେ ଆଶଙ୍କା କରୁଛନ୍ତି । ସୂଚନା ଥାଉ କି ଲଘୁଚାପ ପ୍ରଭାବରେ ରାଜ୍ୟରେ ଗତ କିଛି ଦିନ ଧରି ଲଗାଣ ବର୍ଷା ହୋଇଥିବା ବେଳେ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.