Holi Celebrations In Sambalpur: ସମ୍ବଲପୁରରେ ଜମିଲା ହୋଲି - ସମ୍ବଲପୁରରେ ଜମିଲା ହୋଲି

🎬 Watch Now: Feature Video

thumbnail

By

Published : Mar 8, 2023, 5:11 PM IST

ସମ୍ବଲପୁର: ଆଜି ହେଉଛି ରଙ୍ଗର ପର୍ବ ହୋଲି l ଏଥିପାଇଁ ଉତ୍ସବ ମୁଖର ସମ୍ବଲପୁର ସହର l ସମ୍ବଲପୁର ସହରରେ ଆଜି ସକାଳୁ ସକାଳୁ ବିଭିନ୍ନ ବର୍ଗର ଲୋକେ ରାସ୍ତା ଉପରକୁ ଆସି ହାତରେ ରଙ୍ଗର ପସରା ଧରି ହୋଲି ଖେଳିଛନ୍ତି । ସମ୍ବଲପୁର ସହରର ଧନୁପାଲି, ଗୋବିନ୍ଦତୋଳା, ପୁଟିବନ୍ଧ, ଚାର ଭାଟି, ଜେଲ ଛକ, ଭୂତାପଡା ଛକ, ଜିଲ୍ଲା ସ୍କୁଲ ଛକ, ଲକ୍ଷ୍ମୀ ଟକିଜ ଛକ, କ୍ଷେତରାଜପୁର, ମୁଦିପଡା, ଫାଟକ, ଅଇଁଠାପାଲି, ଭାଲୁପାଲି ଆଦି ସ୍ଥାନ ଗୁଡିକରେ ଯୁବ ବର୍ଗର ଲୋକେ ରାସ୍ତା ଉପରକୁ ଆସି ପରସ୍ପର କୁ ରଙ୍ଗ ବୋଳି ହୋଲି ଖେଳୁଥିବାର ଦେଖିବାକୁ ମିଳିଛି  l କେତେକ ସ୍ଥାନରେ ଲୋକେ ନିଜ ବାସଭବନ ପରିସରରେ  ହୋଲି ଖେଳୁଥିବା ଦେଖିବାକୁ ମିଳିଥିଲାl ସହରର ଅଇଁଠାପାଳି ଥାନା ଅନ୍ତର୍ଗତ ଭାଲୁପାଲି ରାଧାରାଣୀ ନଗର ଅଞ୍ଚଳରେ ଏକ ପ୍ରକାର ର ନିଆରା ହୋଲି ସ୍ଥାନୀୟ ଲୋକ ପାଳନ କରିଛନ୍ତି l ସ୍ଥାନୀୟ ଅଞ୍ଚଳ ର 50 ଟି ପରିବାରର ସଦସ୍ୟ ଏକାଠି ହୋଇ ହୋଲି ପର୍ବ ପାଳନ କରିଛନ୍ତି l ସକାଳୁ ସକାଳୁ ସ୍ଥାନୀୟ ଅଞ୍ଚଳ ର ସମସ୍ତ ବୟସ ବର୍ଗର ଲୋକେ ଏକାଠି ହୋଇଥିଲେ l ନାଚ ଗୀତ ର ଆସର ଜମିଥିଲା l ପିଲାରୁ ବୁଢା ସମସ୍ତେ ନାଚିଥିଲେ ଗୀତର ତାଳେ ତାଳେ l ଖାଦ୍ୟପାନୀୟର ବ୍ୟବସ୍ଥା ମଧ୍ୟ ହୋଇଥିଲା l ହୋଲିରେ କୌଣସି ଅଘଟନ କୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ସହରର ଧନୁପାଲି ଛକ, ଗୋବିନ୍ଦତୋଳା ଛକ, ଚାରଭାଟି ଛକ, ଜେଲ ଛକ, କଲାମ ଛକ, ସୁନାପାଳି ଅଞ୍ଚଳ, ଲକ୍ଷ୍ମୀ ଟକିଜ ଛକ ସହ ପ୍ରମୁଖ ଛକ ଗୁଡିକରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି l ବୁର୍ଲା, ହୀରାକୁଦ ସହ କୁଚିଣ୍ଡା ଉପଖଣ୍ଡ, ରେଢ଼ାଖୋଲ ଉପଖଣ୍ଡରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ଏହା ସହ ହୀରାକୁଦ ଓ ବୁର୍ଲା ସହରର ହୀରାକୁଦ ଜଲଭଣ୍ଡାର ଅଞ୍ଚଳ ର ସମସ୍ତ ଘାଟକୁ ବୁର୍ଲା ପୋଲିସ ପକ୍ଷରୁ "ନୋ ବାଥ ଜୋନ "ଘୋଷଣା କରାଯାଇଛି l ଏହା ସହ ସ୍ଥାନୀୟ ଅଞ୍ଚଳ ରେ ପୋଲିସର ପେଟ୍ରୋଲିଙ୍ଗକୁ କଡାକଡ଼ି କରା ଯାଇଛି l ବିଗତ ବର୍ଷ ଗୁଡିକ ରେ ହୋଲି ସମୟରେ ଗାଧେଇବାକୁ ଯାଇ ପାଣି ରେ ବୁଡି ବହୁ ଲୋକଙ୍କ ମୃତ୍ୟୁ ହୋଇଥିବାରୁ  ନଜିର ଥିବାରୁ ଅଗ୍ନିଶମ ବିଭାଗ କୁ ମଧ୍ୟ ବିଭିନ୍ନ ଜଳ ଭଣ୍ଡାର ନଦୀ ଅଞ୍ଚଳରେ ସତର୍କର ରହିବାକୁ ନିର୍ଦେଶ ଦିଆଯାଇଛି l ଇଟିଭି ଭାରତ, ସମ୍ୱଲପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.