Hockey Pro League: କଣ ରହିବ ଭାରତୀୟ ହକି ଦଳର ରଣନୀତି ? - ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ
🎬 Watch Now: Feature Video
ରାଉରକେଲା: ଆଉ ମାତ୍ର କେଇଁ ଘଣ୍ଟାର ଅପେକ୍ଷା । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇଏଚ ହକି ପ୍ରୋ ଲିଗ ମ୍ୟାଚ। ଆଜି ପ୍ରଥମ ଦିନରେ ମୁହାଁମୁହିଁ ହେବ ଭାରତ ଓ ଜର୍ମାନୀ । ଏଥିପାଇଁ ଖେଳାଳି ପ୍ରସ୍ତୁତ ଥିବା ବେଳେ ହକି ପିଚ ବି ପ୍ରସ୍ତୁତ । ଏହି ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଦର୍ଶକ ମଧ୍ୟ ବେଶ ଉତ୍ସାହିତ । ଏଥର ଭାରତୀୟ ହକି ଦଳ ଏକ ନିଆରା ଛାପ ଛାଡିବ ଏବଂ ପୁରୁଣା ଭୁଲିକୁ କିପରି ନଦୋହରାଇବ ସେନେଇ ନିଜକୁ ପ୍ରସ୍ତୁତ କରିଛି ଟିମ ଇଣ୍ଡିଆ । ଏଥର ରଣନୀତି ଟିମ ଇଣ୍ଡିଆ ପାଇଁ ଏକ ନୂଆ ସୁଯୋଗ ଆଣିବ ବୋଲି ଆଶା କରାଯାଉଛି । ଆହତ କାରଣରୁ ବିଶ୍ବକପରୁ ବାଦ ପଡିଥିବା ହାର୍ଦ୍ଦିକ ସିଂ ଏବେ ଦଳକୁ ଫେରିଛନ୍ତି । ଯାହା ଭାରତ ହକି ଦଳ ପାଇଁ ଏକ ନୂଆ ଆଶା ଆଣିଛି । କିଭଳି ଜର୍ମାନୀ ବିପକ୍ଷରେ ନିଜର ରଣନୀତି କରି ବିପକ୍ଷ ଦଳର ଆଟାକକୁ ଡିଫେଣ୍ଡ କରି କାଉଣ୍ଟର ଆଟାକ କରିବ ଭାରତ ତାହା ଦଳକୁ ଦେଖିବାକୁ ପଡିବ । ବର୍ତ୍ତମାନ ଦଳରେ ନୂଆ କୋଚ ରହିଥିବା ବେଳେ ଭାରତ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି । ଯଦି ଭାରତ ଏହି ପ୍ରୋ ଲିଗରେ ଭଲ ପ୍ରଦର୍ଶନ କରି ବିଜୟୀ ହୁଏ ତେବେ ଆଗମୀ ଦିନରେ ଅଲମ୍ପିକ୍ସ ଏବଂ ଏସିଆନ ଗେମ୍ସରେ ଭାରତ ପାଇଁ ନୂଆ ଆଶା ଉଜ୍ବିବିତ ହେବ ।
ଇଟିଭି ଭାରତ, ରାଉରକେଲା