Hindu New year: ବୌଦ୍ଧର ବିଭିନ୍ନ ସ୍ଥାନରେ ହିନ୍ଦୁ ନବବର୍ଷ ପାଳିତ
🎬 Watch Now: Feature Video
ବୌଦ୍ଧ: ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ନବବର୍ଷ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ପ୍ରତ୍ୟେକ ବର୍ଷ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷକୁ ପାଳନ କରାଯାଉଥିବା ବେଳେ ଜିଲ୍ଲା ସ୍ତରରେ ମଧ୍ୟ ହିନ୍ଦୁ ନବବର୍ଷକୁ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ଏହି ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ନବ ବର୍ଷର ଅବ୍ୟବହିତ ପୂର୍ବରୁ କଣ୍ଟାମାଳର କିନିକୁପା ଠାରେ ସ୍ବତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । 2ଦିନ ଧରି ସେଠାରେ ନାମଯଜ୍ଞ ସହିତ ଉଦଣ୍ଡୀ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା।
ସେହିପରି ବୁଧବାର ଶୁକ୍ଳ ପ୍ରତିପଦା ଅବସରରେ ବୌଦ୍ଧ ସ୍ଥିତ ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ଚିରଘାଟ ଠାରେ ମହାନଦୀ ଆଳତୀ କରାଯାଇ ସମସ୍ତଙ୍କ ମଙ୍ଗଳ କାମନା କରାଯାଇଥିଲା । ହିନ୍ଦୁ ନବବର୍ଷ ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବୌଦ୍ଧ ଠାରେ ଦୀର୍ଘ 10 ବର୍ଷରୁ ଉର୍ଦ୍ଧ୍ବ ସମୟ ପରେ ବୁଧବାର ସଂଧ୍ୟାରେ ଆର ଏସ ଏସ ପକ୍ଷରୁ ପଥ ସଂଚାଳନ ବା ରୁଟ ମାର୍ଚ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଇଟିଭି ଭାରତ, ବୌଦ୍ଧ