thumbnail

By ETV Bharat Odisha Team

Published : Oct 30, 2023, 3:30 PM IST

ETV Bharat / Videos

AP Train Accident: ଷ୍ଟେସନରେ ହେଲ୍ପଡେସ୍କ୍, ଟ୍ରେନ ବିଳମ୍ବକୁ ନେଇ ଚିନ୍ତାରେ ଯାତ୍ରୀ

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର ଆଲମଣ୍ଡା ଓ କଣ୍ଟାପାଲି ମଧ୍ୟରେ ତିନୋଟି ଟ୍ରେନ୍ ଧକ୍କା ହୋଇ ଦୁର୍ଘଟଣା । ବ୍ରହ୍ମପୁର ରେଳଷ୍ଟେସନରେ ଉକ୍ତ ଦୁର୍ଘଟଣା ପରେ ରେଳ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ହେଲ୍ପଡେସ୍କ କାର୍ଯ୍ୟକାରୀ କରୁଥିବା ଯାତ୍ରୀମାନଙ୍କୁ ଏନେଇ ସୂଚନା ପ୍ରଦାନ କରାଯାଇଛି । ଏହି ଦୁର୍ଘଟଣା ଯୋଗୁଁ ଅନେକ ଟ୍ରେନ ଚଳାଚଳ ବାତିଲ ହେବା ଫଳରେ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ଅନେକ ଯାତ୍ରୀ ଦୁର୍ଘଟଣା ବିଷୟରେ ଜାଣିନଥିବା ଯୋଗୁଁ ସେମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ବ୍ରହ୍ମପୁର ରେଳଷ୍ଟେସନକୁ ଆସି କେତେକ ନିଜର ଟ୍ରେନକୁ ଅପେକ୍ଷା କରି ରହିଥିବା ବେଳେ ଆଉ କେତେକ ଟ୍ରେନ ଆସିବାକୁ ରହିଥିବା ସମୟର ବିଳମ୍ବ ଘଟିଥିବା କହିଛନ୍ତି । ଗୋଟିଏ ପଟେ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୁଣି ଟ୍ରେନ ଚଳାଚଳ ସ୍ବାଭାବିକ ହେବ ସେ ନେଇ ରେଳବିଭାଗ ଠାରୁ ଆରମ୍ଭ କରି ଅଗ୍ନିଶମ, ଏନଡିଆରଏଫ ସମସ୍ତେ ରେସ୍କ୍ୟୁ ଅପରେସନରେ କାର୍ଯ୍ୟରେ ଲାଗିପଡ଼ିଛନ୍ତି ।  

ଏହା ବି ପଢନ୍ତୁ- AP Train Tragedy: ହସ୍ପିଟାଲରେ ଆହତଙ୍କୁ ଭେଟିବେ, ଦୁର୍ଘଟଣାସ୍ଥଳକୁ ଗଲେ ରାଜସ୍ଵ ମନ୍ତ୍ରୀ ସୁଦାମ ମାର୍ଣ୍ଡି

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.