ଢୋଙ୍କାନାଳରେ ଲଗାଣ ବର୍ଷା: ଘର କାନ୍ଥ ପଡି ୩ ବର୍ଷର ଶିଶୁ ମୃତ

By ETV Bharat Odisha Team

Published : Sep 14, 2023, 7:52 PM IST

thumbnail

ଢୋଙ୍କାନାଳ: ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି l ରାଜ୍ୟର ବିଭିନ୍ନ ନଦୀ ଜଳସ୍ତର ସବୁ ବିପଦ ସଂକେତ ଉପରେ ରହିଛି । ଏଭଲି ପରିସ୍ଥିତି ଢୋଙ୍କାନାଳ ଜିଲ୍ଲାରେ ମଧ୍ୟ ଗତ ରାତିଠାରୁ ଲଘୁଚାପ ପ୍ରଭାବରୁ ଝିପି ଝିପି ବର୍ଷା ଲାଗି ରହିଛି l ଲଗାଣ ବର୍ଷା ପ୍ରଭାବରେ ସହର ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶି ବନ୍ୟ ପରିସ୍ଥିତି ଉପୁଜିଛି । ଯାହାଫଳରେ ଭୁବନ ଅଞ୍ଚଳରେ ମାଟି ଘରକାନ୍ଥ ପଡି ଜଣେ ୩ ବର୍ଷ ଶିଶୁର ମୃତ୍ୟୁ ଘଟିଛି l ଶିଶୁଟି ଘରେ ଖେଳୁଥିବା ସମୟରେ ଘର କାନ୍ଥ ପଡି ଯିବାରୁ ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ....ବଲାଙ୍ଗୀର ଜିଲ୍ଲାରେ ରେକର୍ଡ ବର୍ଷା, ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ଗରୁଡବନ୍ଦୀ ଗ୍ରାମରେ । ଗ୍ରାମର ପିଣ୍ଟୁ ନାଏକ ଆବାସ ଯୋଜନାରେ ଘରଟିଏ ପାଇଁ କାର୍ଯ୍ୟାଦେଶ ପାଇଥିଲେ । ଆବାସ ଘର ନିର୍ମାଣ ପାଇଁ ନିଜର ଚାଳ ଛପର ଘର ଭାଙ୍ଗିଥିଲେ । ତେବେ ଗତକାଲି ରାତିରେ ଲଗାଣ ବର୍ଷା ହେବାରୁ ମାଟି କାନ୍ଥକୁ ଭାଙ୍ଗି ନଥିଲେ । ତେବେ ଆଜି(ଗୁରୁବାର) ଅପରାହ୍ନ ୨ଟା ସମୟରେ ପିଣ୍ଟୁଙ୍କ ୩ବର୍ଷର ମଝିଆ ପୁଅ ଖେଳୁଥିବା ସମୟରେ ହଠାତ୍ ବର୍ଷା ଭିଜା ମାଟି କାନ୍ଥଟି ତା'ର ଉପରେ ପଡିଯାଇଥିଲା । ପରିବାର ଲୋକେ ଘଟଣାସ୍ଥଳରୁ ଶିଶୁ ପୁତ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକେ ଭୁବନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଭୁବନ ପୋଲିସ ଘଟଣାର ଦତନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି  । 

ଇଟିଭି ଭାରତ , ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.