Kedarnath Snowfall: କେଦାରନାଥରେ ବର୍ଷା ସାଙ୍ଗକୁ ତୁଷାରପାତ, କମିନି ଶ୍ରଦ୍ଧାଳୁଙ୍କ ଉତ୍ସାହ

By

Published : May 1, 2023, 11:06 AM IST

thumbnail

ଡେରାଡୁନ: ଉତ୍ତରାଖଣ୍ଡର ବିଶ୍ବପ୍ରସିଦ୍ଧ ଶୈବପୀଠ କେଦାରନାଥ ଧାମରେ ବଦଳିଲା ପାଗ । ଭୋରରୁ ବର୍ଷା ସାଙ୍ଗକୁ ତୁଷାରପାତ ହେଉଛି । ସମଗ୍ର ଅଞ୍ଚଳ ବରଫର ଏକ ଧଳା ଚାଦର ଦ୍ବାରା ଆଚ୍ଛାଦିତ ହୋଇ ରହିଛି । ତୁଷାରପାତ ଯୋଗୁଁ କେଦାରନାଥ ଧାମରେ ପ୍ରବଳ ଶୀତ ଅନୁଭୂତ ହେଉଛି ଏବଂ ଧାମର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଛି । ପାଗରେ ପରିବର୍ତ୍ତନ ଯୋଗୁଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଭରି ରହିଥିବା ବେଳେ ଛତାଧରି ବାବାଙ୍କ ଦର୍ଶନ କରିବାକୁ ଆସିଛନ୍ତି । ଛତା ଉପରେ ମଧ୍ୟ ବରଫ ଜମି ରହିଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହାସହ ମନ୍ଦିର ଉପରେ ବରଫ ଆସ୍ତରଣ ଜମି ରହିଛି ଫଳରେ ଧଳା ଚାଦରରେ ଘୋଡ଼େଇ ହେଲା ଭଳି ମନେହେଇଛି କେଦାରନାଥ ଧାମ । ଦୃଶ୍ୟ ଅତି ମନୋରମ ହୋଇଥିବା ବେଳେ ଦୂର ଦୂରାନ୍ତରରୁ ଆସିଥିବା ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ କରିବା ସହ ପ୍ରକୃତିର ମଜା ନେଇଛନ୍ତି । ବରଫପାତରେ ଫଟୋ ଉଠାଇ ଖୁସି ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.